ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଡିଜିଟାଲ ରୂପେ ଖୋଲିପାରିବେ ପୋଷ୍ଟ ଅଫିସ ସେଭିଙ୍ଗସ ଆକାଉଣ୍ଟ । ଇଣ୍ଡିଅ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ତାର ମୋବାଇଲ ଆପ୍ ଜରିଆରେ ଡିଜିଟାଲ ରୂପେ ସେଭିଙ୍ଗସ ଆକାଉଣ୍ଟ ଖୋଲିବାର ସୁବିଧା ଦେଉଛି । ଆଇପିପିବି ର ମୋବାଇଲ ଆପ ଜରିଆରେ ପୋଷ୍ଟ ଅଫିସ ଖାତାଧାରକ ସହଜରେ ବ୍ୟାଙ୍କିଂ ନେଣଦେଣ କରିପାରିବେ ।
ଏହାପୂର୍ବରୁ ଟଙ୍କା ଜମା କରିବା, ଟ୍ରାନ୍ସଫର କରିବା, ବାଲାଂ ଚେକ୍ କରିବା ଏବଂ ଅନ୍ୟ ଆର୍ଥିକ ନେଣଦେଣ ପାଇଁ ଗ୍ରାହକଙ୍କୁ ନିକଟବର୍ତ୍ତି ପୋଷ୍ଟ ଅଫିସକୁ ଯିବାକୁ ପଡୁଥିଲା ।
ଯଦି ଆପଣଙ୍କ ନିକଟରେ ଆଇପିପିବି ଖାତା ଖୋଲିବାକୁ ପୋଷ୍ଟ ଅଫିସ ଯିବାକୁ ସମୟ ନାହିଁ । ତେବେ ଆପଣ ଘରେ ବସି ଆଇପିପିବି ଆପ୍ ଡାଉନଲୋଡ କରି ସେଥିରେ ଡିଜିଟାଲ ସେଭିଙ୍ଗସ ଆକାଉଣ୍ଟ ଖୋଲିପାରିବେ । ଖାତା ଖୋଲିବା ପାଇଁ ଆବେଦକଙ୍କୁ ବୟସ ୧୮ ବର୍ଷରୁ ଅଧିକ ହୋଇଥିବା ଉଚିତ୍ । ତେବେ ଆସନ୍ତୁ ଜାଣିବା କଣ ରହିଛି ଷ୍ଟେପ୍ସ ।
– ପ୍ରଥମେ ମୋବାଇଲ ଫୋନ୍ ରେ ଆଇପିପିବି ମୋବାଇଲ ବ୍ୟାଙ୍କିଂ ଆପ୍ ଡାଉନଲୋଡ କରନ୍ତୁ । ଏହାପରେ ସେହି ଆପ୍ କୁ ଓପେନ କରି ଓପନ ଆକାଉଣ୍ଟ ଉପରେ କ୍ଲିକ କରନ୍ତୁ ।
– ଏଠାରେ ଆପଣଙ୍କୁ ଆପଣଙ୍କ ପାନ୍ କାର୍ଡ ବା ଆଧାରକାର୍ଡ ନଂ ଦେବାକୁ ପଡିବ ।
– ଏହି ନଂ ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଯିବ ସେହି ଓଟିପିକୁ ଦେବାକୁ ହେବ ।
– ଏହାପରେ ଆପଣଙକ ମାଙ୍କ ନାଁ , ଶିକ୍ଷାଗତ ଯୋଗ୍ୟତା, ଠିକଣା, ଆଦି ଦେବାକୁ ହେବ ।
– ସମସ୍ତ ତଥ୍ୟ ଦେବା ପରେ ସବମିଟି ଉପରେ କ୍ଲିକ କରିବାକୁ ହେବ । ଏହାପରେ ଖୋଲିଯିବ ଆପଣଙ୍କ ଖାତା ।