ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସର୍ବଦା ୟୁଜର୍ସଙ୍କ ସୁବିଧା ପ୍ରତି ଧ୍ୟାନ ଦେଇଥାଏ ହ୍ୱାଟ୍ସଆପ୍ । ଏଣିକି ଏହି ଆପ୍ ଜରିଆରେ କେବଳ ଚାଟିଙ୍ଗ୍ ଏବଂ ଭିଡିଓକଲିଂ କରିପାରିବେ ତାହା ନୁହେଁ ବରଂ ସପିଙ୍ଗ ମଧ୍ୟ କରିପାରିବେ । ଏବେ ହ୍ୱାଟ୍ସଆପ୍ ରେ ସପିଙ୍ଗ ବଟନ୍ କୁ ରୋଲ ଆଉଟ କରିଦିଆଯାଇଛି । ଭାରତରେ ବି ଏହି ନୂତନ ଫିଚରକୁ ନୂତନ ଅପଡେଟ୍ ରେ ଆଡ କରାଯାଇଛି । ଏଣିକି ଘରେ ବସି ଆପଣ ହ୍ୱାଟ୍ସଆପ୍ ଜରିଆରେ ସପିଙ୍ଗ କରିପାରିବେ ।
ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି କି ହ୍ୱାଟ୍ସଆପ୍ ସପିଙ୍ଗ ବଟନ୍ କୁ ଅପଡେଟ କରିଦିଆଯାଇଛି । ଆପ୍ ରେ ୟୁଜର୍ସଙ୍କୁ ଏକ ଷ୍ଟୋରଫ୍ରଣ୍ଟ ଆଇକନ ରୂପେ ନୂଆ ବଟନ ଦେଖାଯିବ, ଯାହା ସପିଙ୍ଗ ବଟନ ଅଟେ । ଏହା ଉପରେ ଟ୍ୟାପ କରିବା ପରେ ସମ୍ବନ୍ଧିତ ବିଜନେଓ ର ପୁରା କ୍ୟାଟଲଗ୍ ଓପନ ହୋଇଯିବ । ଏଠାରେ ଯଦିସ ଆପଣଙ୍କୁ କୌଣସିସ ପ୍ରଡକ୍ଟ ପସନ୍ଦ ଆସେ ତେବେ ଆପଣ ତାହା ଉପରେ କ୍ଲିକ କରି ତାକୁ କିଣିବା ପାଇଁ ଚାଟ୍ କରିପାରିବେ ।
ହ୍ୱାଟ୍ସଆପ୍ ବଟନ୍ ୟୁଜର୍ସଙ୍କୁ କମ୍ପାନୀ ପକ୍ଷରୁ ଅଫର କରଯାଇଥିବା ଗୁଡ୍ସ ଏବଂ ସର୍ଭିସର ସୂଚନା ଦେବ । ହ୍ୱାଟ୍ସଆପର କହିବାନୁଯାୟୀ ନୂତନ ବଟନ ଦ୍ୱାରା ବ୍ୟବସାୟୀଙ୍କୁ ନିଜ ପ୍ରଡକ୍ଟସ ଖୋଜିବାରେ ସହଜ ହେବ ଏବଂ ବିକ୍ରି ବଢାଇବାରେ ମଧ୍ୟ ସହାୟକ ମିଳିପାରେ ।