ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆପଣ ଯଦି ଏଟିଏମ ଉପରେ ବେଶି ନିର୍ଭର କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ! ଏଣିକି ଏଟିଏମରୁ ଆଉ ମନ ଇଚ୍ଛା ଟଙ୍କା ଉଠାଇ ପାରିବେ ନାହିଁ! ଦିନକୁ ମାତ୍ର ୨ ଥର ଉଠାଇ ପାରିବେ ଟଙ୍କା । ଦେଶରେ ବଢି ଚାଲିଥିବା ଏଟିଏମ ଠକେଇକୁ ରୋକିବା ପାଇଁ ଏମିତି ଏକ ନିୟମ ଆସୁଛି । ଖବର ମୁତାବକ ଗ୍ରାହକ ଦିନକୁ ମାତ୍ର ଦୁଇଥର ଏଟିଏମରୁ ଟଙ୍କା ଉଠାଇ ପାରିବେ । ତା ପୁଣି ପ୍ରତି ବାର ଘଣ୍ଟାର ବ୍ୟବଧାନ ମଧ୍ୟରେ ।
ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଏଟିଏମ ଠକେଇରେ ରୋକ ଲଗାଇବା ପାଇଁ ଦିଲ୍ଲୀ ଷ୍ଟେଟ ଲେବୁଲ ବ୍ୟାଙ୍କର୍ସ କମିଟି ବ୍ୟାଙ୍କ ମାନଙ୍କୁ ନେଇ ଏଇ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ବୈଠକରେ ଏମିତି ଏକ ପ୍ରସ୍ଥାବ ଦେଇଛନ୍ତି ଦିଲ୍ଲୀ ଷ୍ଟେଟ ଲେବୁଲ ବ୍ୟାଙ୍କର୍ସ କମିଟି । କମିଟିର କହିବା କଥା ଦିନରେ ମାତ୍ର ଦୁଇଥର ଟଙ୍କା ଉଠାଯିବ ଯାହା ଫଳରେ ହଜି ଯାଉଥିବା ଗ୍ରାହକ ସହଜରେ ଠକେଇର ଶୀକାର ହୋଇ ପାରିବେ ନାହିଁ ।
ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୧୨ ରାଷ୍ଟ୍ରାୟତ ବ୍ୟାଙ୍କର ପ୍ରତିନିଧି ମାନେ ମଧ୍ୟ ଯୋଗ ଦେଇଥିଲେ । ଏମିତି କି ଗ୍ରାହକ ଟଙ୍କା ଉଠାଇବା ବେଳେ ସେମାନଙ୍କ ମୋବାଇଲକୁ ଏକ ୱାନଟାଇମ ପାସୱାର୍ଡ ଯିବ ଯେଉଁ ପାସୱାର୍ଡ ମାଧ୍ୟମରେ ଗ୍ରାହକ ଏଟିଏମରୁ ଟଙ୍କା ଉଠାଇ ପାରିବେ ।