ନୂଆଦିଲ୍ଲୀ ( ଏଟିଆର ବ୍ୟୁେରୋ): ମେଗା ଷ୍ଟାର ଅମିର ଖାଁନ ଙ୍କ ସହିତ ଦଙ୍ଗଲ ସିନେମାରେ ନଜର ଆସିଥିବା ଜାୟରା ୱାସୀମଙ୍କ ବଲିଉଡ ଛାଡିବା ନିଷ୍ପତିକୁ ନେଇ ଏବେ ତାଙ୍କ ପ୍ୟାନ ମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କେହି କେହି ଜାୟରାଙ୍କ ଏହି ନିଷ୍ପତିକୁ ସକରାତ୍ମକ ଭାବରେ ନେଇଛନ୍ତି ତ ଆଉ କେହି କେହି ଏହାକୁ ନକରାତ୍ମକ ଭାବେ ନେଇଛନ୍ତି । ତେବେ ଜାୟରାଙ୍କ ଏହି ନିଷ୍ପତ୍ତିକୁ ନେଇ ସମାଜ ବାଦି ପାର୍ଟିର୍ ସାଂସଦ ଏସଟି ହସନ ଜାୟରାଙ୍କ ନିଷ୍ପତ୍ତିକୁ ଉଚିତ ବୋଲି କହିଛନ୍ତି ।
ସେହିଭଳି ପ୍ରଯୋଜକ ରାୟ କପୁରବି ଜାୟରାଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଅନ୍ୟପଟେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଜାୟରାଙ୍କ ଏହି ନିଷ୍ପତ୍ତିକୁ ନେଇ କହିଛନ୍ତି କି ଏହା ଦ୍ୱାରା ବଲିଉଡରେ କୌଣସି ଫରକ ପଡିବ ନାହିଁ । ଯାହାର ଯିବାର ଇଚ୍ଛା ସେ ଚାଲିଯିବା ସହ ନିଜ ଚିନ୍ତାଧାରାକୁ ନିଜ ପାଖରେ ରଖନ୍ତୁ ।
ସୂଚନାଯୋଗ୍ୟ ନିକଟରେ ଦବଙ୍ଗ ଗାଲଁ ଜାୟରା ୱାସିମ ତାଙ୍କ ଇଂଷ୍ଟାଗ୍ରାମରେ ନିଜ ଧର୍ମକୁ ନେଇ ଏକ ଭାବବିହ୍ୱଳ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ବଲିଉଡ ଛାଡିବା ନେଇ ସୂଚନା ଦେଇଥିଲେ । ହେଲେ ତାଙ୍କ ମ୍ୟାନେଜର ପ୍ରଥମେ ଏହାକୁ ଖଣ୍ଡନ କରିଥିଲେ । ଜାୟରାଙ୍କ ଶୋସାଲ ମିଡିଆ ଆକାଉଣ୍ଟ ସେ ନିଜେ ଚଲାନ୍ତି ନାହିଁ ବୋଲି କହିଥିଲେ । ତେବେ ପରେ ଗଣ ମାଧ୍ୟମକୁ ସୂଚନା ଦେଇ ସେ ଏହି ପୋଷ୍ଟକୁ ସ୍ୱୀକାର କରିଥିଲେ ।