ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଦୃଶ୍ୟ ମହାମାରୀ କରୋନା ପାଇଁ ଏବେ ସାରା ବିଶ୍ୱ ତ୍ରାହି ତ୍ରାହି ଡାକୁଛି । ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ଭ୍ୟାକସିନ୍ କି ଔଷଧ ବାହାରି ପାରି ନାହିଁ । ସେଥିପାଇଁ ଭ୍ୟାକ୍ସିନ ପରୀକ୍ଷଣରେ ଲାଗିପଡିଛନ୍ତି ସାରା ବିଶ୍ୱର ବୈଜ୍ଞାନିକ । ଏହାରି ମଧ୍ୟରେ ଔଷଧ କମ୍ପାନୀ ଜାୟଡସ କ୍ୟାଡିଲା ପକ୍ଷରୁ ସୋମବାର କୁହାଯାଇଛି କି ମେକ୍ସିକୋ ସରକାରଙ୍କ ପକ୍ଷରୁ ତାଙ୍କୁ ଡେସିଡଷ୍ଟାଟ ଔଷଧକୁ ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଏହି ଔଷଧ କରୋନା ଚିକିତ୍ସା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଔଷଧ ବୋଲି କୁହାଯାଉଛି ।
କ୍ୟାଡିଲା ହେଲ୍ଥକେୟାର ପକ୍ଷରୁ କୁହାଯାଇଛି କି, ମେକ୍ସେିକୋର ମୋଟେରୀରେ କୋଭିଡ୧୯ ଚିକିତ୍ସା ପାଇଁ ଡେସିଡଷ୍ଟାଟ ଔଷଧକୁ ଅବାଣ୍ଟ ସ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ଏସଏ ଡି ସିବି ରେ କ୍ଲିନିକାଲ ଯାଞ୍ଚ କରାଯାଇଛି ।
କମ୍ପାନୀ ଏବେ କୋଭିଡ ୧୯ ରୋଗୀଙ୍କ ଚୀକିତ୍ସା ପାଇଁ ଡେସିଡଷ୍ଟାଟ ର ସୁରକ୍ଷା ଏବଂ ପ୍ରଭାବର ମୂଲ୍ୟାଙ୍କନ ପାଇଁ ଅଧ୍ୟୟନ କରିବ । ସେହିଅନୁଯାୟୀ ଏହି ଔଷଧର ୧୦୦ ଏମଜି ଟ୍ୟାବଲେଟ ରୋଗୀଙ୍କୁ ୧୪ ଦିନ ପାଇଁ ଦିଆଯିବ ଏବଂ ତାହା ଉପରେ ନଜର ରଖାଯିବ ।
କମ୍ପାନୀର ଚେୟାରମ୍ୟାନ୍ ପଙ୍କଜ ଆର ପଟେଲ କହିଛନ୍ତି କି, ଆମେ କୋଭିଡ୧୯ ମହାମାରୀ ସହ ଲଢିବା ପାଇଁ ଚିକିତ୍ସକୀୟ ଔଷଧ, ଉପଚାର ଏବଂ ଭ୍ୟାକ୍ସିନ ଜରିଆରେ ଚେଷ୍ଟା କରୁଛୁ ।