ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଲଗାଣ ବର୍ଷାରେ ଏବେ ସବୁଠି ହାଲତ ଖରାପ । ଚାରିଆଡେ ଲହଡି ମାରୁଛି ପାଣି । କଟକ-ଭୁବନେଶ୍ୱର ଓ ପୁରୀ କଥା ତ’ ନକହିଲେ ଭଲ । ଏଠି ସୃଷ୍ଟି ହୋଇଛି ଏକ ପ୍ରକାର ବନ୍ୟା । ଘରଦ୍ୱାର ସବୁଠି ପାଣି ଫୁଲ । ପୁରୀରେ ତ’ ସମୁଦ୍ର ପରି ପାଣି ଲହଡି ଭାଙ୍ଗୁଛି । ପରିସ୍ଥିତି ଏପରି ହୋଇଛି ଯେ, ରଥ ବି ଅଧା ପାଣିରେ ଡୁବି ରହିଛି । ବଡଦାଣ୍ଡରେ ୪ଫୁଟ ଉଚ୍ଚର ପାଣି ।
ସେପଟେ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ସ୍ଥାନ ବୁଡି ରହିଛି । ରାୟଗଡ଼ାରେ ନାଗାବଳୀ ଓ ବଂଶଧାରା ନଦୀ ଫୁଲିବାରେ ଲାଗିଛି । ଗୁଣୁପୁରଠାରେ ତ’ ବଂଶଧାରା ବିପଦ ସଙ୍କେତ ନିକଟରେ ରହିଛି । ତେବେ ଏତିକିରେ ଟଳିନାହିଁ ବିପଦ । ଆହୁରି ଜୋରରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଖାସ ଏଥିପାଇଁ ୧୯ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି ।
ଜିଲ୍ଲାଗୁଡିକ ହେଉଛି କୋରାପୁଟ, ଦେବଗଡ଼, ସମ୍ବଲପୁର, ମାଲକାନାଗଗିରି, ରାୟଗଡ଼ା, ଗଜପତୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢ଼େଙ୍କାନାଳ, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର । ଏହି ଜିଲ୍ଲାବାସୀମାନେ ଦିନ ଗୋଟାଏ ପନ୍ଦର ମିନିଟ ପର୍ଯ୍ୟନ୍ତ ସର୍ତକ ରହିବାକୁ ପାଣିପାଗ ପରାମର୍ଶ ଦେଇଛି ।