ପୁରୀ (ଏଟିଆର ବ୍ୟୁରୋ ) ; ଅବଢା ରେଟ ଚାଟକୁ ନେଇ ଉଠିଲା ବିବାଦ । ଶ୍ରୀମନ୍ଦିରରେ ଲାଗିଥିବା ରେଟ ଚାଟକୁ ନେଇ ଦ୍ୱନ୍ଦ ସୃଷ୍ଟି ହେବା ପରେ ଏନେଇ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରକାଶକ ପ୍ରଦୀପ୍ତ ମହାପାତ୍ର । ଶ୍ରୀମନ୍ଦିରରେ ଚାଲିଗିଥିବା ରେଟ ଚାଟ ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ରେଟ ଚାଟକୁ ଲଗାଯାଇନଥିବା ବେଳେ ଏହାକୁ କିଏ ଲଗାଇଛି ସେ ନେଇ କୌଣସି ସୂଚନା ତାଙ୍କ ପାଖରେ ନଥିବା କହିଛନ୍ତି ଶ୍ରୀ ମହାପାତ୍ର । ଅନ୍ୟପକ୍ଷରେଶ୍ରୀମନ୍ଦିର ପ୍ରଶାସନ ତରଫରୁ ହିଁ ଅବଢ଼ା ‘ରେଟ୍ ଚାର୍ଟ’ ଲଗାଯାଇଛି ବୋଲି ଲୋକ ସଂପର୍କ ଅଧିକାରୀ କହିଥିଲେ । କିଛି ଦିନ ତଳେ ମିଳିଥିବା ସୂଚନା ଅନୁଯାଇ , ଶ୍ରୀମନ୍ଦିର ରେ ମିଳୁଥିବା ଅବଢାର ମୁଲ୍ୟ ସ୍ଥିର ହୋଇଥିଲା । ଥାଳିଦରରେ ଅବଢା ମିଳିବା ନେଇ ସୂଚନା ଦିଆଯାଇଥିଲା । ପାଖାପାଖି ୭୦,୮୦,ଓ ୧୨୦ ଟଙ୍କାରେ ଅବଢା ଥାଳି ବିକ୍ରି ହେବବୋଲି କୁହାଯାଉଥିଲା । ଏହାସହ ପ୍ରସାଦ କୁଡୁଆର ଫଟୋ ସହିତ ଦର ତାଲିକା ଆନନ୍ଦ ବଜାର, ସିଂହଦ୍ୱାର ସମେତ ବାଇଶିପାହାଚ ଓ ଶ୍ରୀମନ୍ଦିର ଚାରି ଦ୍ୱାରରେ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା। ତେବେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏପରି ମନ୍ତବ୍ୟ ପରେ ଦ୍ୱନ୍ଦ ବଢିବାରେ ଲାଗିଛି ।
JUST IN
-
ନିର୍ବାଚନ ପାଇଁ ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | 24 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 24 Apr 2024
-
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆରମ୍ଭ ପ୍ରସ୍ତୁତି | 23 Apr 2024
-
ମା’ ମଙ୍ଗଳାଙ୍କ ପୀଠରେ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଛନ୍ତି ମା’ | 23 Apr 2024
-
ଦିନ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ବାଲେଶ୍ୱର ଉତ୍ତପ୍ତ ସହର | 23 Apr 2024
-
୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି | 22 Apr 2024
-
ଆଜି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେଡି | 22 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 22 Apr 2024
-
ଆକାଶରୁ ବର୍ଷୁଛି ନିଆଁ, ଅସ୍ତବ୍ୟସ୍ତ ଜନଜୀବନ | 22 Apr 2024
-
ଆଜିଠୁ ୩ଦିନ ସକାଳୁଆ ସ୍କୁଲ | 22 Apr 2024
-
ଏପ୍ରିଲ ୨୫ ରୁ ଗ୍ରୀଷ୍ମ ଛୁଟି ଘୋଷଣା, ୨୨ ରୁ ୨୪ ସକାଳୁଆ ସ୍କୁଲ | 21 Apr 2024
-
ବଢି ଚାଲିଛି ଦର,ନଜର ପକାନ୍ତୁ ଆଜିର ସୁନା ଦର ଉପରେ | 21 Apr 2024