ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ବାୟୁସେନାର ଏକ ବିମାନ ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି । ହିମାଚଳପ୍ରଦେଶର କାଙ୍ଗରାଠାରେ ହୋଇଥିବା ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ମିଳିବା ପରେ ରେସକ୍ୟୁ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ରିପୋର୍ଟ ଅନୁସାରେ, ବିମାନଟି ପଠାନକୋଟରୁ ଯାତ୍ରା ଆରମ୍ଭ କରିଥିଲା । ତେବେ କାଙ୍ଗରା ଜିଲ୍ଲାର ପାଟ୍ଟା ଜାଟିୟାନର ଏକ କ୍ଷେତରେ ଗଳି ପଡିଥିବା ନଜରକୁ ଆସିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ତାହା ଜଣାପଡିନାହିଁ । ସନ୍ଦେହ କରାଯାଉଛି ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏହି ଅଘଟଣ ଘଟିଛି । ସୂଚନାଯୋଗ୍ୟ, ପୂର୍ବରୁ ଅର୍ଥାତ ୨୦୧୬ରେ ମଧ୍ୟ ମିଗ-୨୧ ବିମାନ ଦୁର୍ଘଟଣା ହୋଇଥିଲା । ସେତେବେଳେ ୨ଜଣ ପାଇଲଟ ଅଳ୍ପକେ ବର୍ତ୍ତିଯାଇଥିଲେ ।