ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମୁଣ୍ଡ ଆଉ କାମ କରୁନି । କାହାକୁ କେମିତି ବ୍ୟବହାର କରାଯାଏ ତାହା ବି ଭୁଲିଗଲେଣି । ସିଧା କହିବାକୁ ଗଲେ ଏସଡିପିଓ ହେବା ପରେ ଗର୍ବ ଏତେ ବଢ଼ିଯାଇଛି ଯେ, ଆଇନଜୀବୀଙ୍କୁ ବଦମାସ କହିବାକୁ ବି ପଛାଇ ନାହାନ୍ତି ନିମାପଡ଼ା ଏସଡିପିଓ ନିରଞ୍ଜନ ପାଢ଼ୀ । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଜଣେ ପୁଲିସ ହୋଇ ଜଣେ ଆଇନଜୀବୀଙ୍କୁ କିଭଳି ବଦମାସ କହିପାରିଲେ ତାକୁ ନେଇ ଉଠିଛି ପ୍ରଶ୍ନ?
ଏଠାରେ ସୂଚନାଯୋଗ୍ୟ, ଓକିଲଙ୍କୁ ଅସମ୍ମାନ କରି ବହୁବାର ନାକରେ ପାଣି ପିଇଛି ପୁଲିସ । ରାସ୍ତା ଅବରୋଧ କରାଯାଇଛି, ନାକଦେମ ହୋଇଛନ୍ତି ବରିଷ୍ଠ ଅଧିକାରୀ । ତେବେ ଏପରି ପରିସ୍ଥିତିରେ ପୁଣି ଥରେ ଓକିଲଙ୍କୁ ଟାର୍ଗେଟ କରିବା ପ୍ରମାଣ କରୁଛି ଜାଣିଶୁଣି କିଳା ଡାକୁଛନ୍ତି ଏସଡିପିଓ । ଯଦି କୌଣସି ଆଇନଜୀବୀଙ୍କ ଉପରେ ଏସଡିପିଓ ବାବୁଙ୍କ ରାଗ ରହିଛି ତେବେ ବ୍ୟକ୍ତିଗତ ଭାବେ ଯାହା କହିଲେ ଚଳିବ ହେଲେ ପ୍ରଫେସନକୁ ବଦମାସ କହିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ହୋଇପାରେ? ତାହା ବୁଝାପଡୁନି ।
ସେପଟେ ଏନେଇ ଏଟିଆର ପକ୍ଷରୁ ସମ୍ପୃକ୍ତ ଏସଡିପିଓଙ୍କୁ ୯୪୩୭୨୭୬୮୮୬ ନମ୍ବର ଯୋଗାଯୋଗ କରାଯାଇଥିଲା । ହେଲେ ସେ ପ୍ରଶ୍ନର ଉତ୍ତର ନଦେଇ ବରଂ ଗଣମାଧ୍ୟମ ଅଣ୍ଡରରେ କ’ଣ ଚାକିରି କରିଛନ୍ତି କହି ଓଲଟି ଫୋନ କାଟିଦେଇଥିଲେ । ଏଥିରୁ ପ୍ରମାଣ ହେଉଛି ବଦମାସ କହିବା ପରେ ମଧ୍ୟ ଟିକେ ବି ସଙ୍କୋଚ ନାହିଁ ତାଙ୍କ ମନରେ । ଏଠି ପ୍ରଶ୍ନ ଯଦି ଏହି ଘଟଣାକୁ ନେଇ ଓକିଲ ସଙ୍ଘ କୌଣସି ତୁୁମ୍ବିତୋଫାନ କରନ୍ତି ସେଥିପାଇଁ ଦାୟୀ କିଏ ରହିବ? ପୁଲିସ ଡିଜି ନା’ ଏସଡିପିଓ । ବିଭାଗୀୟ ଅଧିକାରୀ ତୁରନ୍ତ ଏହା ଉପରେ ଦୃଷ୍ଟି ନଦେଲେ ଆଗକୁ ପୁଣି ଏକ ଝଡ଼ ଉପୁଜିବାର ଆଶଙ୍କା ରହିଛି ।
Patitapaban Nath
The society is like a mirror and there is no image inside a mirror, who peep into it he sees his/her own image there. The SDPO has seen his own image inside the mirror. We are very sorry for his vision. God may forgive him n save him.