ବ୍ରହ୍ମପୁର,(ସ୍ୱତନ୍ତ୍ର ପ୍ରିତିନିଧି): ଲଗାତାର ବ୍ରହ୍ମପୁର ବଡ଼ବଜାର ଥାନାର ଭିତିରି କଥା ପଦାକୁ ଆଣିବା ପରେ ଏବେ ଆଉ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ଥାନା ଅଧିକାରୀ ସୁରେଶ ତ୍ରିପାଠୀ କିଭଳି ଡିଜିଙ୍କୁ ବି ଖାତିର କରୁନାହାନ୍ତି ତାହାର ଏକ ପ୍ରମାଣ ଏଟିଆର ନ୍ୟୁଜ ହାତରେ ଲାଗିଛି । ପୁଲିସ ରେକର୍ଡ ଅନୁସାରେ ଥାନା ଅଧିକାରୀ ସୁରେଶ ବାବୁଙ୍କର ବଡ଼ବଜାର ଥାନାରୁ ବଦଳି ହୋଇସାରିଛି । ଆଜି କି’ କାଲି ନୁହେଁ ବରଂ ୪ମାସ ତଳୁ । ହେଲେ ବାବୁ କିନ୍ତୁ ଗାଦି ଛାଡିବାକୁ ନାରାଜ । ଏଠି ପ୍ରଶ୍ନ ବଦଳି ଅର୍ଡରକୁ ବେଖାତିର କରିବା ଅର୍ଥାତ ଡିଜିଙ୍କୁ ଖାତିର ନକରିବା ପଛରେ ସୁରେଶ ବାବୁଙ୍କର ଏମିତି କେଉଁ ତାକତ ଲୁଚି ରହିଛି ।
ଯାହା ସାଧାରଣ ଲୋକଙ୍କୁ ଏବେ ଭାବିବାକୁ ବାଧ୍ୟ କରୁଛି । ଶୁଣିବାକୁ ମିଳୁଛି ସ୍ଥାନୀୟ ଅଞ୍ଚଳରୁ ମିଳୁଥିବା ମୋଟା ଅଙ୍କର ବଟି ଯୋଗୁ ସୁରେଶ ବାବୁ ଆମର ଜାଗା ଛାଡିବାକୁ ନାରାଜ । ଏପଟେ ଏଟିଆର ଅନୁସନ୍ଧାନରୁ ଜଣାପଡିଛି ବାବୁ ପୁଲିସ ବିଭାଗରେ ଜଏନ କରିବା ପରଠୁ ଏମିତି କିଛି ଓପାଡି ପକାଇ ନାହାନ୍ତି ଯେ, ସେ ଚାଲିଗଲେ ବ୍ରହ୍ମପୁରର ଆଇନସୃଙ୍ଖଳା ପରିସ୍ଥିତି ବିଗିଡି ଯିବ । ବରଂ ବାବୁ କେମିତି ଠିକ ବେଳକୁ ଲାଙ୍ଗୁଡ ଯାକି ଚମ୍ପଟ ମାରନ୍ତି ତାହାର ଓଲଟି ସନ୍ଧାନ ପାଇଛି ଏଟିଆର ନ୍ୟୁଜ । ଅବିଶ୍ୱାସ ଲାଗୁଥିଲେ ବି କଥା ଟା ଏକଦମ ସତ । ବଡ଼ବଜାର ଥାନାରେ ନିଜର ଆଧିପତ୍ୟ ଜାହିର କରି ନିଜକୁ ଆତ୍ମଘୋଷିତ ସଚ୍ଚୋଟ ଅଫିସର କହି ବୁଲୁଥିବା ସୁରେଶ ବାବୁ ବାସ୍ତବରେ ପୁଲିସ ପାଇଁ ଅଯୋଗ୍ୟ ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ପୁଲିସ ରେକର୍ଡ କହୁଛି ସମ୍ବଲପୁରରେ ବାବୁ ଏସଆଇ ଥିବା ବେଳେ ନିଜେ ନିଜର ଏଭଳି ସାର୍ଟିଫିକେଟ ଦେଇଛନ୍ତି । ବାବୁ ନକ୍ସଲ ଅପରେସନରେ ଯାଇଥିବା ବେଳେ ଭୟରେ ଯାଗା ଛାଡି ଚମ୍ପଟ ମାରିଥିଲେ ।
୨୦୦୬-୦୭ର ଏହି ଘଟଣାକୁ ନେଇ ତାଙ୍କୁ ସେତେବେଳର ଏସପି ଦେବଦତ୍ତ ସିଂହ ଖୁବ ଶୁଣାଇଥିଲେ । ଏଭଳିକି ଚାକିରିରୁ ସସପେଣ୍ଡ କରିବା ଲାଗି ଅଣ୍ଟା ଭୁଡୁଥିବା ବେଳେ କେତେକ ବରିଷ୍ଠ ଅଧିକାରୀଙ୍କ ତେଲ ମରାଯୋଗୁ ଅଳ୍ପକେ ସେ ବର୍ତ୍ତି ଯାଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଯେତେବେଳେ ନକ୍ସଲ ଆଖି ଆଗରେ ଥିଲେ ସେତେବେଳେ ସୁରେଶ ବାବୁ ତାଙ୍କୁ କବଜା କରିବେ କ’ଣ ବରଂ ଲାଙ୍ଗୁଡ ଯାକି ଦୌଡିଥିଲେ । ଯାହା ପ୍ରମାଣ କରୁଛି ସେ ପୋଲିସ ପାଇଁ କେତେ ଯୋଗ୍ୟ । ଏଭଳି ଜଣେ ଅଫିସରଙ୍କୁ ଏବେ ବଡ଼ବଜାର ଥାନାର ବାହାଦୁରି ଅଫିସର କୁହାଯିବା ନିହାତି ର୍ଦୁଭାଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । କେବଳ ଏତିକି ନୁହେଁ ପୁଲିସ ରେକର୍ଡ କହୁଛି କ୍ରାଇମଗ୍ରାଫରେ ଆଗରେ ରହିଛି ବ୍ରହ୍ମପୁର । ତେବେ ଅପରାଧୀଙ୍କୁ ଧରିବାକୁ ଅନେକ ଏନକାଉଣ୍ଟର ମଧ୍ୟ ପୁଲିସ ସେଠାରେ କରିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ କୌଣସି ଗୋଟିଏ ଘଟଣାରେ ବି ଏହି ବାବୁଙ୍କ ନା ନାହିଁ । ଯାହା ପ୍ରମାଣ କରୁଛି ବ୍ରହ୍ମପୁର ବଡ଼ବଜାର ଭଳି ସ୍ଥାନ ଲାଗି ଏହି ବାବୁ କେତେ ଫିଟ ।
ସିଧା କହିବାକୁ ଗଲେ ବଡ଼ବଡ଼ିଆଙ୍କୁ କେବଳ ତେଲ ମାରି ସେ ସେଠାରେ ନିଜର ଆଡ୍ଡା ଜମାଇଛନ୍ତି ବାଲି ଲୋକେ କୁହାକୁହି ହେଉଛନ୍ତି । ସେପଟେ ପୂରା ଘଟଣାକୁ ଦେଖିଲେ କୌଣସି ଗୋଟିଏ ଘଟଣାରେ ଫିଟ ନଥିବା ଏହି ବାବୁ କାହା ସାହାସରେ ଏବେ ଗାଦି ଛାଡିବାକୁ ପ୍ରସ୍ତୁତ ନାହାନ୍ତି ତାହା ଅନେକ ପ୍ରଶ୍ନ ଛିଡା କରୁଛି । ପୁଲିସ ଡିଜି ତୁରନ୍ତ ଏହି ଘଟଣା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।