ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଖୁବଶୀଘ୍ର ଅଟଳ ଜୀ ଙ୍କ ସ୍ମୃତିରେ ତିଆରି ହେବ ସ୍ମାରକୀ । ମହାନ ଜନନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଏକ ଭବ୍ୟ ସ୍ନାରକୀ ତିଆରି କରାଯିବ । ଇଣ୍ଡିଆ ଟୁଡେ ରେ ପ୍ରକାଶିତ ଏକ ଖବରରେ କୁହାଯାଇଛି ଯେ ଆସନ୍ତା ମାସ ସେପ୍ଟେମ୍ବର ୧୫ ତାରିଖ ପରେ ଯାଇ ଅଟଳଜୀଙ୍କ ସ୍ମାରକୀର କାମ ଆରମ୍ଭ ହେବ । ଏହି ସ୍ମାରକୀର କାମ ଆସନ୍ତା ଜାନୁଆରୀ ୨୬ ଅର୍ଥାତ ସାଧାରଣତନ୍ତ୍ର ଦିବସ ଉତ୍ସବ ପୂର୍ବରୁ ଶେଷ ହେବ ବୋଲି ଜଣା ପଡିଛି ।
ଅନ୍ୟପଟେ ଅଟଳ ଜୀ ଙ୍କ ସ୍ମାରକୀର କାମ ଯଥାଶୀଘ୍ର ସାରିବାକୁ ବିଜେପିର କର୍ମକର୍ତ୍ତା ମାନେ କହିଛନ୍ତି । ତେବେ ଅଟଳ ଜି ସ୍ମାରକୀ ତିଆରୀ କରିବାକୁ ଥିବା ସଂସ୍ଥା ୨୦୧୯ ସାଧାରଣତନ୍ତ୍ର ଦିବସ ଉତ୍ସବ ପୂର୍ବରୁ କାମ ଶେଷ କରିଦେବାକୁ କହିଛି । ଭାରତରତ୍ନ ,ମହାନ ଜନନାୟକ ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସ୍ମୃତିସ୍ଥଳରେ ହୋଇଥିବାରୁ ସେହି ସ୍ଥାନରେ ହିଁ ବିଜେପି ସ୍ମାରକୀ ନିର୍ମାଣ କରିବ। ଅନ୍ୟପଟେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହିଁ ଅଟଳ ଜୀ ଙ୍କ ସ୍ମାରକୀ ପ୍ରସ୍ତୁତ କରି ଲୋକାର୍ପଣର ଲକ୍ଷ୍ୟ ରଖିଛି ।