ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଟିକେ ହେଳା କଲେ ବହୁତ ଅସୁବିଧା ହୋଇପାରେ । ଖାମଖିଆଲି ମନୋଭାବ ତ’ ବିଲକୁଲ ନୁହଁ । ଯଦି କିଛି ଜରୁରୀ କାମ ରହୁଛି ତେବେ ତୁରନ୍ତ କରାଇ ନିଅନ୍ତୁ । ନଚେତ ଅଡୁଆରେ ପଡିବେ ଆପଣ ।
ଆମେ ଏଥିପାଇଁ ଏକଥା କହୁଛୁ କାରଣ ଦିନେ ଦୁଇଦିନ ନୁହେଁ ଏକାବେଳେ ୪ଦିନ ବ୍ୟାଙ୍କ ବନ୍ଦ ରହିବ । ଯାହା ଆପଣଙ୍କ ପାଇଁ ହୁଏତ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ସମୟ ଥାଉ ଥାଉ ଯାହା କିଛି କାମ ଅଛି ତୁରନ୍ତ ସାରି ଦିଅନ୍ତୁ ।
ମାର୍ଚ୍ଚ ୨୯ରୁ ଏପ୍ରିଲ ୧ତାରିଖ ଯାଏଁ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡିଛି । କାରଣ ପାଖକୁ ପାଖ ସବୁ ଛୁଟି ପଡିଛି । ମାର୍ଚ୍ଚ ୨୯ରେ ମହାବୀର ଜୟନ୍ତୀ,ମାର୍ଚ୍ଚ ୩୦ରେ ଗୁଡ ଫ୍ରାଇଡେ, ୩୧ରେ ବ୍ୟାଙ୍କ କ୍ଲୋଜିଂ ଡେ ଓ ଏପ୍ରିଲ ୧ତାରିଖ ରବିବାର । ତେଣୁ ସର୍ତକ ରୁହନ୍ତୁ ।