ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତେଜିଲା ବର୍ଷା ରାଜନୀତି । ମୁହାଁମୁହିଁ ବିଜେଡି ଓ ବିଜେପି । ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ବେଙ୍ଗ ମୁତିଲେ ରାଜଧାନୀରେ ଲହଡି ମାରୁଛି ବର୍ଷାପାଣି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କୋଣାର୍କ ମନ୍ଦିର ପାଇଁ ଚିଠି ଲେଖୁଥିବା ବେଳେ ରାଜଧାନୀବାସୀ କାହାକୁ ଚିଠି ଲେଖିବେ ବୋଲି ପ୍ରଶ୍ନ କରିଛନ୍ତିି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଖାଲି ପ୍ରଶ୍ନ ତ’ ନୁହେଁ ଭରା ସମାଲୋଚନା ମଧ୍ୟ କରିଛନ୍ତି ।
ସେପଟେ ଏହାର ଜବାବ ଦେଇଛି ବିଜେଡି । ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସଆଇ ହାତରେ ରହିଛି । ଅସରାଏ ବର୍ଷାରେ କୋଣାର୍କ ମନ୍ଦିରରେ ପାଣି ଲହଡି ମାରୁଛି, ଯାହା ପର୍ଯ୍ୟଟକଙ୍କୁ ବେଶ ଅଡୁଆରେ ପକାଉଛି । ତେଣୁ ରାଜ୍ୟ ସରକାର କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ବିଜେପି ଏହାକୁ ବୁଝିପାରୁ ନଥିବା ଓ ଏହାକୁ ନେଇ କେବଳ ହୀନ ରାଜନୀତି କରୁଥିବା ବିଜେଡି ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି ।