ଏଟିଆର ବ୍ୟୁରୋ : ରାଜ୍ୟ ବିଜେପିର ଆଦିବାସୀ କାର୍ଡ । ଆଦିବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ନଥିବା ଦର୍ଶାଇ ପାର୍ଟି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଧାୟକ ରବି ନାୟକ । ଓଡିଶାର ଆଦିବାସୀଙ୍କ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ବିଜେଡି ସରକାର ଏହାକୁ ଲୋକଙ୍କ ପାଖରେ ପହଂଚାଉନି ବୋଲି ଅଭିଯୋଗ କରିଛନ୍ତି ରବି ।
ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ଯୁବକଙ୍କ ବିକାଶ ପାଇଁ ଆଗକୁ ଆସିଛି ବିଜେପି । ରବି ନାୟକ ବିଭିନ୍ନ ପ୍ରସଙ୍ଗ ଉଠାଇ କହିଛନ୍ତି ଆଦିବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସହ ପିଇବା ପାଣି । ଶହେ ବର୍ଷର ଏହି ଆବଶ୍ୟକତାକୁ ଏଯାଏଁ ରାଜ୍ୟ ସରକାର ପୁରଣ କରିପାରି ନାହାଁନ୍ତି । ସେ କହିଛନ୍ତି ଯୁବକଙ୍କ ସ୍ୱପ୍ନକୁ ଧୂଳିସାତ କରିଛି ବିଜେଡି । ବିକଶିତ ଓଡିଶାରେ ଆଦିବାସୀଙ୍କ ସ୍ଥାନ ନାହିଁ । ଅନ୍ୟମାନଙ୍କ ତୁଳନାରେ ଆଦିବାସୀ ମାନଙ୍କ ଉଚ୍ଚତା କମ । ସେମାନେ ଅପପୁଷ୍ଟିର ଶୀକାର ହେଉଛନ୍ତି । ନଗଡାରେ ଯାହାର ଚିତ୍ର ଦେଖିବାକୁ ସୌଭାଗ୍ୟ ମିଳିଥିଲା ।
ଏହାସହ ସେ ପ୍ରଶ୍ନ କରିଛନ୍ତି ୩୦ ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କୁଆଡେ ଗଲା । ରବି କହିଛନ୍ତି, ସବୁଠୁ ବିଡମ୍ବନାର ବିଷୟ କେନ୍ଦ୍ରରୁ ମିଳୁଥିବା ଯୋଜନାରେ ମିଳୁଥିବା ଅର୍ଥ କୁଆଡେ ଯାଉଛି । ରାଜମହଲ ଫ୍ଲାଏ ଓଭର ନିର୍ମାଣ କରିବାରେ ଆଦିବାସୀ ବିକାଶ ନାଁରେ ଆସୁଥିବା ଅର୍ଥ ଲାଗିଥିବା ରବି ଅଭିଯୋଗ କରିଛନ୍ତି । କେନ୍ଦ୍ର ଆଦିବାସୀ ବିଭାଗ ଟଙ୍କା ଦେଉନଥିବା ରାଜ୍ୟ ସରକାର କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି । ହେଲେ ଗଲା ଚାରିବର୍ଷ ଭିତରେ ୧୩ ଲକ୍ଷ୨ ଶହ ୧୧ କୋଟି ଟଙ୍କା ଓଡିଶାର ଆଦିବାସୀଙ୍କ ଉନ୍ନତି ପାଇଁ ଆସିଥିବା ସେ ସୂଚନା ଦେଇଛନ୍ତି ।
ବିଭିନ୍ନ ହଷ୍ଟେଲ ଓ ୧ଲକ୍ଷ ମଡେଲ ସ୍କୁଲ, ଯୋଗାଯୋଗର ସୁବିଧା ଓ ଲାଇଭଲିହୁଡ ପାଇଁ ଆସିଛି ଟଙ୍କା । ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଆଖି ବନ୍ଦ କରିଦେଉଛନ୍ତି ରାଜ୍ୟ ସରକାର । ମଡେଲ ସ୍କୁଲର ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କାକୁ ଠିକରେ ଦେଉନାହାଁନ୍ତି ରାଜ୍ୟ ସରକାର । ଏକ ଆବାସିକ ବିଦ୍ୟାଳୟରେ ତିନିଜଣ ଶିକ୍ଷକ ଥିବା ଉଦାହରଣ ଦେଇ ରବି କହିଛନ୍ତି ଆଦିବାସୀଙ୍କ ଶିକ୍ଷା ବ୍ୟବସ୍ଥା ଦିଗରେ ରାଜ୍ୟ ସରକାରଙ୍କ ଆଗ୍ରହ ନାହିଁ ।
ଆବାସିକ ବିଦ୍ୟାଳୟ ଓ ଆଶ୍ରମ ସ୍କୁଲରେ ଆଦିବାସୀ ଛାତ୍ରୀଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ଦୁର୍ବବ୍ୟହାର ଉପରେ ରାଜ୍ୟ ସରକାର କାହିଁକି ଦୃଷ୍ଟି ଦେଉ ନାହାଁନ୍ତିି । ଏ ଦିଗରେ କଣ ବ୍ୟବସ୍ଥା ରହିଛି ନବୀନ ବାବୁ କାହିଁକି କହୁ ନାହାଁନ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି । ୮୫ତମ ଆମେଣ୍ଡମେଣ୍ଟରେ ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ୩୦ ପ୍ରତିଶତ ସରଂକ୍ଷଣ ରହିବା କଥା କିନ୍ତୁ ବର୍ତ୍ତମାନ ୧୨ ପ୍ରତିଶତ ସରଂକ୍ଷଣ ରହିଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସେ । ପିଏଲସି ଆଡଭାଇଜାରୀ କମିଟି ନିୟମିତ ଭାବେ କାହିଁକି ବସୁନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ବସୁନ୍ଧରା ଯୋଜନାରେ ପଟ୍ଟା ପାଇବା ପାଇଁ ଆଦିବାସୀ ଆବେଦନ କରାଗଲେ ତାହାକୁ ମିଳୁନି । କେଉଁଠି ୪ ଡିସିମିଲ ପଟ୍ଟା ମିଳିଲେ ତାହା ଜାଗା ଚିହ୍ନଟ ହୋଇପାରୁନି । ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇ ପାରୁ ନାହାଁନ୍ତି ବୋଲି ରବି କହିଛନ୍ତି । ଏହାସହ ସେ କହିଛନ୍ତିି ଆଦିବାସୀ ପିଲାଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳୁନି । ଅନଲାଇନରେ ଓ ସ୍କୁଲରେ ଜାତିଗତ ପ୍ରମାଣପତ୍ର ମିଳିବା ପାଇଁ ସରକାର ଘୋଷଣା କରିଥିଲେ । ହେଲେ ଏବେବି ଆରଆଇ ଅଫିସରୁ ତହସିଲ ଅଫିସ ଯାଏ ଦୌଡୁଥିଲେ ବି କିଛି ସୁଫଳ ମିଳୁନି । ଆଦିବାସୀ ଉନ୍ନୟନ ପରିଷଦ ରେ କେବଳ ବିଜୁ ଜନତା ଦଳର କର୍ମୀ ରହୁଛନ୍ତି । ଫଳରେ ପେସା ଆକ୍ଟର ଉଲଘଂନ କରୁଛନ୍ତି ରାଜ୍ୟ ସରକାର । ବିଜେଡି କର୍ମୀ ନିଜ ଭିତରେ ଭାଗବଣ୍ଟା କରୁଛନ୍ତି । ଆମ ଗାଁ ଆମ ବିକାଶରେ ଗ୍ରାମ ସଭାକୁ ଅଣଦେଖା କରାଯାଉଥିବା ବେଳେ ଜଙ୍ଗଲଜାତ କିଣିବାକୁ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର କଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସେ । ଏଭଳି କିଛି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଆଜି ଘେରିଛି ବିଜେପି ।