ରାଉରକେଲା,(ଏଟିଆର ବ୍ୟୁରୋ): ପ୍ରଥମଥର ଲାଗି ଓଡିଶାରେ ଦେଖିବାକୁ ମିଳିଛି ବ୍ଲାକ ପାନ୍ଥର । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ କଳା ବାଘଟି ବୁଲୁଥିବା ଦେଖିବାକୁ ପାଇଛି ବନବିଭାଗ । ପୂର୍ବରୁ ଏହା ଶିମିଳିପାଳ ଓ ଫୁଲବାଣୀରେ ଏହି ପ୍ରଜାତିର ବାଘ ଦେଖିଯାଇଥିବା କୁହାଯାଉଥିବା ବେଳେ ବାସ୍ତବରେ ଏହାର କୌଣସି ପ୍ରମାଣ ମିଳିନଥିଲା ।
କିନ୍ତୁ ହେମଗିରିରେ ଏହା ଦେଖିବାକୁ ମିଳିବା ପରେ ଓଡିଶାରେ କଳାବାଘ ଥିବା ନେଇ ସ୍ପଷ୍ଟ ହୋଇଛି । କଲରାପତରିଆ ପ୍ରଜାତିର ଏହି ବିରଳ ବାଘଟି ସମ୍ପୂର୍ଣ୍ଣ କଳା ରଙ୍ଗର । ଦେଶର ଅନ୍ୟ ୮ଟି ରାଜ୍ୟରେ ଏହି ପ୍ରଜାତିର ବାଘ ରହିଛି ।