ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ରାଜ୍ୟ ସରକାର ଦେଖାଇଲେ ଦରଦ । ବାପ ଛେଉଣ୍ଡ ଝିଅକୁ ପାଠ ପଢାଇବାକୁ ସମସ୍ଥ ସୁବିଧା ଯୋଗାଇଲେ ରାଜ୍ୟ ସରକାର । ବମିଖାଲ ବ୍ରିଜ ଭୁଷୁଡିବା ଘଟଣାରେ ମୃତ୍ୟୁବରଣ କରିଥିବା ସତ୍ୟ ପଟ୍ଟନାୟକ ଙ୍କ ଝିଅ ଶୀତଲ ପଟ୍ଟନାୟକର ସମସ୍ଥ ପାଠପଢା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଡିପିଏସ ସ୍କୁଲରେ ଚତୁର୍ଥ ଶେଣୀରେ ପଢୁଥିବା ଶୀତଲ ପଟ୍ଟନାୟକଙ୍କ ପାଠପଢା ଖର୍ଚ୍ଚ ବାବଦକୁ ସାଡେ ୬ ଲକ୍ଷ ଟଙ୍କା ରାଜ୍ୟ ସରକାର ଡିପିଏସ ବିଦ୍ୟାଳୟ ର କର୍ତ୍ତୃପକ୍ଷଙ୍କୁ ଦେଇସାରିଛନ୍ତି । ସୁଚନାଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖ ଦିନ ଘଟିଥିଲା ଏକ ଦୁଃଖଦ ଘଟଣା । ଭୁବନେଶ୍ୱର ସ୍ଥିତ ବମିଖାଲ ଓଭରବ୍ରିଜ ସାଜିଥିଲା ମରଣଯନ୍ତା । ପ୍ରତେକ ଦିନ ପରି ସତ୍ୟ ପଟ୍ଟନାୟକ ନିଜ ଝିଅ ଶୀତଲ ପଟ୍ଟନାୟକଙ୍କ ସହ ସ୍କୁଟିରେ ଡ୍ୟାନ୍ସ କ୍ଲାସକୁ ଯାଉଥିଲେ , ହେଲେ ହଠାତ୍ ବମିଖାଲ ଓଭରବ୍ରିଜ ର ଖଣ୍ଡେ ସ୍ଲାପ ସେମାନଙ୍କ ଉପରେ ପଡିଥିଲା । ଝିଅ ଶୀତଲ କୌଣସି କାରଣରୁ ବଞ୍ଚିଗଲେ ସତ କିନ୍ତୁ ଘଟଣା ସ୍ଥଳରେ ସତ୍ୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେସମୟରେ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ପରେ ଝିଅ ଶୀତଲର ପାଠପଢା ପାଇଁ ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା । ତେବେ ଆଜି ବେସାହାରା ଶୀତଲଙ୍କ ଦଶମ ଶେଣୀ ପଯ୍ୟନ୍ତ ପାଠପଢା ଖର୍ଚ୍ଚ ପାଇଁ ସାଡେ ୬ ଲକ୍ଷ ଟଙ୍କା ବିଦ୍ୟାଳୟ କର୍ତ୍ତୃକକ୍ଷଙ୍କୁ ପ୍ରଦାନ କରାଯାଇଛି । ଅନ୍ୟପଟେ ପରିବାରର ଅନୁରୋଧକୁ ମୁଖ୍ୟମନ୍ତ୍ରୀ ପୁରଣ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଶୀତଲଙ୍କ ପରିବାର ।
JUST IN
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 23 Mar 2024
-
ହୀରାକୁଦରେ ବ୍ୟାପୁଛି ଡାଇରିଆ | 23 Mar 2024
-
ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ, ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢେଇ | 23 Mar 2024
-
ଭୁଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର୍ ସ୍ୱାଗତ | 22 Mar 2024
-
ରାଜ୍ୟରେ ବଢିବ ତାତି | 22 Mar 2024
-
ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା | 14 Mar 2024
-
ରାଜ୍ୟରେ ନୂତନ ୨୨ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ | 13 Mar 2024
-
ରାଜ୍ୟରେ ଆଗକୁ ଆହୁରି ବଢିବ ତାତି | 12 Mar 2024
-
ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି | 12 Mar 2024
-
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା,ବୃଦ୍ଧି ହେଲା ଆଶାକର୍ମୀଙ୍କ ଦରମା | 07 Mar 2024
-
ଜାଣନ୍ତୁ କେତେ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର | 07 Mar 2024
-
ଆସନ୍ତାକାଲି ଜାଗର,ନିର୍ଦ୍ଧାରିତ ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ | 07 Mar 2024