ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହଜାର କି ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କା ଚଳୁ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଜଣେ ବିଲ୍ଡରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଗୋଲ୍ଡେନଭ୍ୟୁ ସଂସ୍ଥାର ମାଲିକ ପ୍ରେମାନନ୍ଦ ମହାପାତ୍ର । ରିପୋର୍ଟ ଅନୁସାରେ, ୨୦୧୪ମସିହାରେ ତମାଣ୍ଡୋ ବିଜିପୁର ଅଞ୍ଚଳରେ ଏକ ଆପାର୍ଟମେଣ୍ଟ କରିବା ଲାଗି ଯୋଜନା କରିଥିଲେ ପ୍ରେମାନନ୍ଦ ।
ଏଥିପାଇଁ ସେ ୩୫ଜଣ ଲୋକଙ୍କୁ ଫ୍ଲାଟ ବିକ୍ରି କରିବା କହି ସେମାନଙ୍କଠୁ ସମସ୍ତ ଡକ୍ୟୁମେଣ୍ଟ ଅକ୍ତିଆର କରିଥିଲେ । ପରେ ସେହି ଡକ୍ୟୁମେଣ୍ଟ ଆଧାରରେ ଅତି ଚତୁରତାର ସହ ସେ କଟକ ରୋଡରେ ଥିବା କାନାରା ବ୍ୟାଙ୍କରୁ ୪କୋଟି ୩୩ଲକ୍ଷ ଋଣ ଆଣିଥିଲେ । ଏନେଇ ଠକାମୀର ଶିକାର ହୋଇଥିବା ପ୍ରଶାନ୍ତ ରଥ ନାମକ ବ୍ୟକ୍ତି କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଆଜି ପ୍ରେମାନନ୍ଦକୁ ଗିରଫ କରିଛି ।