ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଗ୍ରେଟର ନୋଏଡାରେ ଏକ ୬ମହଲା କୋଠା ଭୁଶୁଡି ପଡିଛି । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ସେଥିରେ ଫସି ରହିଥିବା ଜଣାପଡିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି ।
ଶାହବେରି ଗାଁରେ ଘଟିଥିବା ଏହି ଘଟଣାର ମୂଳ କାରଣ ହେଉଛି ୬ମହଲାର ଏହି ଘରଟି ଏକ ନିର୍ମାଣଧିନ ଘର ଉପରେ ଭୁଶୁଡି ପଡିଥିଲା । ଭୁଶୁଡି ପଡିଥିବା ମହଲରେ ୧୮ଟି ପରିବାର ଲୋକ ରହୁଥିବା ବେଳେ ନିର୍ମାଣଧିନ ଘରେ କେତେକ ଶ୍ରମିକ ରହୁଥିଲେ । ତେବେ ଅଘଟଣ ପରେ ୨ଟି ଯାକ ଘରେ ରହୁଥିବା ଲୋକେ ଫସି ରହିଛନ୍ତି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନ ଚେଷ୍ଟା ଜାରି ରଖିଛି । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ।