ଜାମ୍ମୁ-କାଶ୍ମିର (ଏଟିଆର ବ୍ୟୁରୋ ) ; ଆତଙ୍କବାଦୀଙ୍କ ସଂହାର କରୁଛନ୍ତି ଭାରତୀୟ ସେନା । ୭୨ ଘଣ୍ଟାରେ ୧୫ ଜଣ ଆତଙ୍କବାଦୀଙ୍କୁ ନିପାତ କଲେଣି ଭାରତୀୟ ଯବାନ । ଜାରି ରହିଛି ସର୍ଚ୍ଚ ଅପରେସନ । ନିପାତ ହେଉଛନ୍ତି ସୀମାପାର ଆତଙ୍କବାଦୀ । ଜାମ୍ମୁ କାଶ୍ମିରର କୁଲଗାଓଁରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏନକାଉଣ୍ଟର ରେ ଆଜି ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବେଶ କିଛି ସମୟ ଗୁଳିବିନିମୟ ହୋଇଥିଲା । ସୂଚନା ଅନୁସାରେ ସ୍ଥାନୀୟ କୁଲଗାଓଁ ଠାରେ ଆତଙ୍କ ବାଦୀ ମାନେ ଲୁଚି ରହିଥିବା ଖବର ପାଇ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପ୍ରଥମେ ଶ୍ରୀନଗରର ଚୌଗମ, କାଜିଗୁଂଡ଼ ଅଂଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବନିନିମୟ ହୋଇଥିଲା । । ଏଥିରେ ୫ ଜଣ ଆତଙ୍କବାଦୀ ମୃତ୍ୟୁ ବରଣ କରିଛନ୍ତି ।
ଅନ୍ୟପଟେ ସେଠାରେ ଅହୁରି ଅନେକ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେ ଅଞ୍ଚଳକୁ ସମ୍ପୁର୍ଣ୍ଣ ଘେରାବନ୍ଦି କରାଯାଇଛି । ତେବେ ସବୁଠାରୁ ବଡ କଥା ଯେ ଗତ ୭୨ ଘଣ୍ଟା ମଧ୍ୟରେ ଭାରତୀୟ ସେନା ମୋଟ ୧୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି । ଏବେ ମଧ୍ୟ ସେଠାରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରିରହିଥିବା ଜଣା ପଡିଛି ।