ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଇଏଏସ ସ୍ତରରେ ଅଦଳବଦଳ । ଶୁକ୍ରବାର ରାଜ୍ୟ ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ସାଧାରଣ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଆଇଏଏସ ବି ପରମେଶ୍ୱରଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ବି ପରମେଶ୍ୱର ୨୦୦୮ ବ୍ୟାଚର ଆଇଏଏସ ଅଫିସର । ସେହିଭଳି ୨୦୧୪ ବ୍ୟାଚ ଆଇଏଏସ ଅଫିସର ବି ସ୍ୱାଧାଦେବଙ୍କୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି । ୨୦୦୩ ବ୍ୟାଚ ଆଇଏଏସ ଅଧିକାରୀ ଧୀରେନ ପଟ୍ଟନାୟକଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ କମିଶନର ଦାୟିତ୍ୱ ଦିଆଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
ସେହିପରି ୨୦୦୫ବ୍ୟାଚର ରତ୍ନାକର ରାଉତଙ୍କୁ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ଶରତ ଚନ୍ଦ୍ର ନାୟକଙ୍କୁ କଟକ ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି ।