ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସୁପ୍ରିମକୋର୍ଟର ନୁଆ ବିଚାରପତି ହେବେ ଜଷ୍ଟିସ ରଞ୍ଜନ ଗୋଗଇ । ସୁପ୍ରିମ କୋର୍ଟର ପରବର୍ତ୍ତୀ ବିଚାରପତି ହେବାକୁ ଜଷ୍ଟିସ ରଞ୍ଜନ ଗୋଗଇ ଙ୍କ ନାମ ସୁପାରିସ କରିଛନ୍ତି ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିି ଜଷ୍ଟିସ ଦୀପକ ମିଶ୍ର । ସେ କେନ୍ଦ୍ର ସରକାର ପାଖକୁ ଏ ସମ୍ପର୍କ ରେ ଏକ ଚିଠି ଲେଖିଛନ୍ତି । ନିୟମ ଅନୁଯାଇ ପ୍ରଧାନ ବିଚାରପତିଙ୍କ ଅବସରର ଠିକ ଏକ ମାସ ପୁର୍ବରୁ ନୁଆ ବିଚାରପତି ଙ୍କ ନାମକୁ ନିଜେ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତି । ତେବେ ପ୍ରଧାନ ବିଚାରପତିି ଜଷ୍ଟିସ ଦୀପକ ମିଶ୍ର ଆଜି ଦେଶର ଆଗାମି ନୁଆ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନାମକୁ ସୁପାରିସ କରିଛନ୍ତି ।
ସେପଟେ ପ୍ରଧାନ ବିଚାରପତିି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଆଗାମି ଅକ୍ଟୋବର ୨ ରେ ସରୁଥିବା ବେଳେ ସେ ଦିନ ଦେଶରେ ସରକାରୀ ଛୁଟି ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତିି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳର ଶେଷ ଦିନ ଅକ୍ଟୋବର ୧ ତାରିଖ ରହିଛି । ସେପଟେ ଯଦି କେନ୍ଦ୍ର ସରକାର ସୁପ୍ରିମକୋର୍ଟର ନୁଆ ବିଚାରପତିଭାବେ ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନାମକୁ ସହମତି ଦିଅନ୍ତି ତେବେ ଆସନ୍ତା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ରଞ୍ଜନ ଗୋଗଇଙ୍କୁ ଶପଥ ପାଠ କରାଇବେ ବୋଲି ଜଣା ପଡିଛି ।