ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ମୁଖ୍ୟମନ୍ତ୍ରୀଙ୍କୁ ଜ୍ୱର । ବାତିଲ ହେଲା ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା ସମସ୍ତ ଗ୍ରସ୍ତ କାର୍ଯ୍ୟକ୍ରମ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଥଣ୍ଡା ଓ ଜ୍ୱରରେ ପୀଡିତ ହୋଇଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଗ୍ରସ୍ତ ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ଗତକାଲି ରାତିରେ ଚେନ୍ନାଇରୁ ଫେରିବା ପରେ ତାଙ୍କ ଦେହ ଅସୁସ୍ଥ ହୋପଡିଥିଲା । ତେବେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ଓ ରକ୍ତ ପରୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅଗାମୀ ୨-୩ ଦିନ ପାଇଁ ଦୂର ସ୍ଥାନକୁ ନଯିବା ପାଇଁ ବାରଣ କରିଛନ୍ତି ଡାକ୍ତର ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ କାର୍ଯ୍ୟକ୍ରମ ବାତିଲ ହେବାରୁ ଆସନ୍ତା କାଲି ହେବାକୁ ଥିବା କଳାହାଣ୍ଡି ଗ୍ରସ୍ତକୁ ବାତିଲ କରାଯାଇଛି । ସେଠାରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି କନକ୍ଲେଭ କାର୍ଯ୍ୟକ୍ରମକୁ ଉଦଘାଟନ କରିବାର କାଯ୍ୟକ୍ରମ ଥିଲା । ତେବେ ମୁଖ୍ୟମନ୍ତ୍ରୀ ପ୍ରତିଦିନ ସଚିବାଳୟ ସ୍ଥିତ ନିଜ ଅଫିସକୁ ଯିବେ ବୋଲି ଜଣାପଡିଛି ।