ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଶେଷରେ ମିଳିଲା ଜାମିନ । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ତେବେ ବିଦେଶ ଯାତ୍ରା କରିବା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡିବ ବୋଲି କୁହାଯାଇଛି । ଏନେଇ ମିଶ୍ରଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଉପରକୁ ଗୁଳିମାଡ ଏବଂ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ହତ୍ୟା ମାମଲାରେ ସାମିଲ ଥିବା ନେଇ ଗିରଫ ହୋଇଥିଲେ ଜୟନାରାୟଣ । ମାର୍ଚ୍ଚ ୧୫ ତାରିଖରେ ପଦ୍ମପୁର ଥାନାର ପୁଲିସ ସମ୍ବଲପୁର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଥିଲା ।