ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ଦଳ କଂଗ୍ରେସର ବହୁ ଚର୍ଚ୍ଚିତ ନେତାମାନେ ଏବେ ବେଶ ଉତ୍ସାହିତ । ମିଶନ ୧୨୦ ନହେଲେ ବି ମିଶନ ୨ନମ୍ବର ଦଳ ହିସାବରେ ନିଜକୁ ପ୍ରତିପାଦିତ କରିବାର ପ୍ରଚେଷ୍ଟାରେ ଏବେ କାର୍ଯ୍ୟରତ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ନୂଆ କଂଗ୍ରେସ ପୁରୁଣା ମୁହଁର ଇନିଙ୍ଗସ ଆରମ୍ଭ ହେବ ୨୦୧୯ରେ । ଏଥିରୁ ବାଦ ପଡିନି ପୁରି ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ । ଲୁଲୁ ମହାପାତ୍ରଙ୍କ ଗଡ଼ କୁହାଯାଉଥିବା ବ୍ରହ୍ମଗିରିରେ ଏଥର କିଏ ବାଜିମାତ କରିବ ତାକୁ ନେଇ ଚର୍ଚ୍ଚା ।
ଏକ ସର୍ଭେ ଅନୁସାରେ, ସଞ୍ଜୟ ଦାଶ ବର୍ମାଙ୍କର ପତିଆରା ଆଗଭଳି ନଥିବା ବେଳେ ଲୁଲୁସେନା ମଧ୍ୟ ସେତେ ଉତ୍ସାହିତ ନୁହଁନ୍ତି । କୁହାଯାଉଛି ଯେ ଲୁଲୁଙ୍କ ଭାଇ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ଏହାର ପ୍ରମୁଖ କାରଣ । ବିଜେପିର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପତିଆରା ପୂର୍ବରୁ ନଥିବା ବେଳେ ଏବେ ବି ଆଖି ଦୃଶିଆ ପରିବର୍ତ୍ତନ ହୋଇନାହିଁ । ବାକି ରହିଲା କଂଗ୍ରେସ । କଂଗ୍ରେସର ବ୍ରହ୍ମଗିରିରେ ଏକ ବଡ଼ ଭୋଟ ବ୍ୟାଙ୍କ ଥିବା ବେଳେ କିଏ ନେବ ତାର ନେତୃତ୍ୱ? କିଏ ହେବେ ଭୋଟ ବ୍ୟାଙ୍କର ମିଷ୍ଟର ରାଇଟ । ସବୁ କଳ୍ପନାଜଳ୍ପନା ଭିତରେ ଏବେ ଦେଖିବାକୁ ମିଳିଛି ସେହି ଡାର୍କ ହର୍ସର ମୁହଁ । ଯଦିଓ ପାର୍ଟି ପକ୍ଷରୁ ଏନେଇ କୌଣସି ବିଦ୍ଧିବଧ ଘୋଷଣା କରାଯାଇନାହିଁ ତଥାପି ବ୍ରହ୍ମଗିରି ନିର୍ବାଚନ କଂଗ୍ରେସ ମଣ୍ଡଳୀ ବେଶ ଉତ୍ସାହିତ ତାଙ୍କର ସେହି ନେତାଙ୍କୁ ନେଇ ।
କାରଣ ଏହି ଅତିପ୍ରୀୟ ନେତାଙ୍କ ନାମ ଲୁଲୁ ଭାଇଙ୍କ ନା ସହ ଖାଲି ମେଳ ଖାଏନି ବରଂ ଅନେକାଂଶରେ ଦୁଇଜଣଙ୍କ ସମ୍ପର୍କ ଆଉ ନିତିଗତ ଆଦର୍ଶ ବି । ସେ ହେଉଛନ୍ତି ପୁରି ନିର୍ବାଚନ ମଣ୍ଡଳୀର ପୂବତନ ବିଧାୟକ ତଥା ପ୍ରତି ନିର୍ବାଚନରେ ମହେଶ୍ୱର ମହାନ୍ତିଙ୍କୁ ନାକେଦମ କରୁଥିବା ଯୁବ କଂଗ୍ରେସ ନେତା ଉମା ବଲ୍ଲଭ ରଥ(ଲୁଲୁ ଭାଇ) । ସବୁଥର ମହେଶ୍ୱର ମହାନ୍ତିଙ୍କୁ ନାମେଦମ କଲା ଭଳି ଏଥର ବି କଣ ସଞ୍ଜୟଦାଶ ବର୍ମାଙ୍କୁ ସେ ଚକମା ଦେବେ? ପୁଣି କଣ କଂଗ୍ରେସ ନିଜର ପତିଆରା ଫେରିପାଇବ? ଲୁଲୁ ଭାଇଙ୍କ ଗଡ଼ରେ ଆଉ ଜଣେ ଲୁଲୁଭାଇ କଣ ଲୁଲୁ ଭାଇଙ୍କର ସେହି ପତିଆରାକୁ ଫେରାଇ ଆଣିବେ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଆଲୋଚନା ହେଉଥିବା ବେଳେ ଉତ୍ତର କେବଳ ସମୟକୁ ଅପେକ୍ଷା ।