ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାଇବର ହ୍ୟାକିଙ୍ଗ ବିଷୟରେ ସମସ୍ତଙ୍କୁ ପ୍ରାୟ ଜଣାଥିବ ହେଲେ ଯେଉଁ ପର୍ଯ୍ୟନ୍ତ ଏହା ନିଜ ସହିତ ନହୋଇଛି ସେପର୍ଯ୍ୟନ୍ତ ଲୋକେ ଏହି ସମସ୍ୟା ଉପରେ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ ।
ଏମିତି କିଛି ଘଟିଛି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ସହିତ । ସାଇବର ଠକାମୀର ଶୀକାର ହୋଇ ୩୮୦୦୦ ଟଙ୍କାର କ୍ଷତି ସହିଛନ୍ତି ଏହି ବ୍ୟକ୍ତି ଜଣକ । ଏନେଇ ଉକ୍ତ ବ୍ୟକ୍ତି ଜଣକ ସାଇବର କ୍ରାଇମ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।
ସୁଚନା ଅନୁଯାଇ ହ୍ୟାକର ଜଣକ ନିଜକୁ ଫୋନ ପେ ଅଫିସର ବୋଲି କହି ଉକ୍ତ ବ୍ୟକ୍ତି ଜଣଙ୍କୁ ଲୋଭନୀୟ ଅଫର ବିଷୟରେ କହିଥିଲେ, ଫୋନ ପେ ଆପ ଖୋଲି ବ୍ୟକ୍ତି ଜଣଙ୍କୁ କିଛି ନମ୍ବର ଟାଇପ କରିଲେ ସେ ସେହି ଅଫରର ଲାଭ ଉଠାଇ ପାରିବେ ବୋଲି କହିଥିଲେ ।
ଏହାପରେ ବ୍ୟକ୍ତି ଜଣକ ହ୍ୟାକର କହିବା ଅନୁସାରେ ଫୋନ ପେ ଆପ ଖୋଲି କିଛି ନମ୍ବର ଟାଇପ କରିବାର ମାତ୍ର କିଛି ସେକେଣ୍ଡ ମଧ୍ୟରେ ହିଁ ତାଙ୍କ ଆକାଉଣ୍ଟରୁ ଗାୟବ ହୋଇଯାଇଥିଲା ୩୮୦୦୦ଟଙ୍କା ।
ସମାନ ଢଙ୍ଗରେ ନୟାଗଡରେ ମଧ୍ୟ ଠକାମିର ଶୀକାର ହୋଇଛନ୍ତି ରଣପୁର ବାସିନ୍ଦା ମନୀଷ ସାହୁ । ମନୀଷଙ୍କ ଠାରୁ ୪୧୦୦୦ଟଙ୍କା ଠକି ନେଇଛନ୍ତି ଏହି ସାଇବର ହ୍ୟାକର ମାନେ ।
ଦିନକୁଦିନ ଲୋକମାନେ ଅନଲାଇନ ଟ୍ରାନ୍ସାକସନର ବ୍ୟବହାର ଅଧିକ କରିବାରେ ଲାଗିଛନ୍ତିଚ । ଏହା ଦ୍ୱାରା କମ ସମୟରେ ସହଜରେ କାମ ହେଉଥିବାରୁ ଫୋନ ପେ, ଗୁଗୁଲ ପେ, ପେଟିଏମ ଭଳି ସାଇଟ ମଧ୍ୟ ଲୋକଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି । କିନ୍ତୁ ସମାନ ଆକାରରେ ସାଇବର ହ୍ୟାକିଙ୍ଗ ମଧ୍ୟ ବଡିବାରେ ଲାଗିଛି ।