ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଆସୁଛି ଝଡବାତ୍ୟା । ତୀବ୍ର ଅବପାତର ରୂପ ନେଲା ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆଜି ମଧ୍ୟରାତିରେ ଏହା ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବା ବେଳେ ଏଥିପାଇଁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ତେବେ ଓଡିଶାରେ ଅନେକ ସ୍ଥାନରେ ଝଡବାତ୍ୟା ହେବାର ସମ୍ଭାବନା ଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟର ୬ ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ପଡିବା ବୋଲି ଜଣାପଡିଛି । ସେଗୁଡିକ ହେଲା ଗଜପତି,ଗଞ୍ଜାମ,ଖୋର୍ଦ୍ଧା,ନୟାଗଡ ଓ ପୁରୀ । ଏହି ଜିଲ୍ଲା ମାନଙ୍କରେ ବ୍ୟାପକ କ୍ଷତି ହେବାର ସମ୍ଭାବନାଥିବା ଜଣାପଡିଛି ।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ଲାଗି ବାରଣ କରାଯାଇଛି । ସେହିପରି କଚ୍ଚା ଘର ଉପରେ ଝଡ ର ପ୍ରଭାବ ଅନେକ ମାତ୍ରା ପଡିବ । ସେପଟେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିବ ବୋଲି ଜଣା ପଡିଛି ।