ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଶା ରାଜନୀତିରେ ହେବାକୁ ଯାଉଛି ନୁଆ ସମୀକରଣ । ବିଜେପି କରିବ ମେଣ୍ଟ । ରାଜ୍ୟର ବହୁ ଛୋଟ ବଡ ଦଳ ମାନଙ୍କୁ ନେଇ ବିଜେପି ମେଣ୍ଟ କରିବାର ସମ୍ଭାବନା ଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥର ବିଜେଡି ଓ କଂଗ୍ରେସ ବିରୋଧରେ ବିଜେପି ବିକଳ୍ପ ସୃଷ୍ଟି କରିବା ନେଇ ଇଙ୍ଗିତ କରିଛନ୍ତି ଧର୍ମେନ୍ଦ୍ର । ବିଜେଡି ଓ କଂଗ୍ରେସ ଦଳକୁ ଛାଡିଦେଲେ ଅନ୍ୟ ସବୁ ରାଜନୈତିକ ଦଳକୁ ନେଇ ବିଜେପି ଏକାଠି କରିବା ପ୍ରକ୍ରିୟାରେ ସଫଳ ହେବ ବୋଲି ସେ କହିଛନ୍ତି ।
ସେପଟେ ଏଭଳି ମନ୍ତବ୍ୟ ପରେ ବିରୋଧୀ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଧର୍ମେନ୍ଦ୍ରଙ୍କ ଏପରି ମନ୍ତବ୍ୟକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ସେ କହିଛନ୍ତି , ରାଜ୍ୟରେ କେଉଁ ଦଳ ସହ ବିଜେପି ମେଣ୍ଟ କରିବ ସେ ନେଇ ସ୍ପଷ୍ଟ କରନ୍ତୁ କେନ୍ଦ୍ରମନ୍ତ୍ରୀ । ଏଭଳି ଛାୟା ଯୁଦ୍ଧ ନକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମନାକୁ ଆସିବା ଦରକାର ବୋଲି କହିଛନ୍ତି ପ୍ରତାପ । ସେହିପରି ବିଜେପି କହୁଥିବା ମିଶନ ୧୨୦ କୁ ନେଇ ପ୍ରତାପ ମନ୍ତବ୍ୟ ରଖଛନ୍ତି । ବିଜେପି କହୁଥିବା ୧୨୦ ଆସନ କଥା କୁଅଡେ ଗଲା ବୋଲି ପ୍ରତାପ ପ୍ରଶ୍ନ କରିଛନ୍ତି ।