ମୁମ୍ବାଈ: ହିନ୍ଦୀ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ୟେ ହୈ ମହୋବତେ’ର ଚର୍ଚ୍ଚିତ ଚେହେରା ଈଶୀ ମା’ ତଥା ଦିବ୍ୟଙ୍କା ତ୍ରିପାଠୀ ପ୍ରତ୍ୟେକ ଘରେ ଘରେ ଖୁବ୍ ପରିଚିତ । ହୃଦୟସ୍ପର୍ଷୀ ଅଭିନୟ ପାଇଁ ସାରଦେଶର ଦର୍ଶକ ତାଙ୍କର ଦିୱାନା । ବର୍ତ୍ତମାନ ଦର୍ଶକମାନଙ୍କ ପାଇଁ ଏକ ଖୁସି ଖବର । ଟିଭି ଇଣ୍ଡଷ୍ଟ୍ରିରେ ଦିବ୍ୟଙ୍କାଙ୍କ ନିଆରା ଯୋଗଦାନ ପାଇଁ ତାଙ୍କୁ ଶିବରାଜ ସରକାରଙ୍କ ତରଫରୁ ମଧ୍ୟପ୍ରଦେଶ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ।
ନିକଟରେ ଭୋପାଳରେ ଆୟୋଜିତ ହୋଇଥିବା ଏକ ସମାରୋହରେ ଏହି ପୁରସ୍କାର ପାଇଁ ଦିବ୍ୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା । କିନ୍ତୁ ସେଠାରେ ଦିବ୍ୟଙ୍କାଙ୍କ ଅନୁପସ୍ଥିତି ଯୋଗେ ତାଙ୍କ ପିତା-ମାତା ଏହି ପୁରସ୍କାର ଗ୍ରହଣ କରିଥିଲେ ।
ମନୋରଞ୍ଜନ ଜଗତରେ ସର୍ବଦା ନିଜକୁ ଜଡିତ ରଖୁଥିବା ଦିବ୍ୟଙ୍କା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୁରସ୍କାର ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଖୁବ୍ ଖୁସି ଥିବାର ଜଣା ପଡୁଛନ୍ତି । ସେ ଭିଡିଓରେ କହିଛନ୍ତି ଯେ, ‘ମଧ୍ୟପ୍ରଦେଶ ପୂରା ହିନ୍ଦୁସ୍ଥାନର ହୃଦୟ ଏବଂ ମୋର ବି ହୃଦୟ’, ‘ମୁଁ ଯୁଆଡେ ଯାଏ ମୋ ହୃଦୟକୁ ନେଇକି ଯାଏ’ ।