ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଜି ହେଉଛି ଇଦ । ସକାଳୁ ସକାଳୁ ସମସ୍ତ ମସଜିଦରେ ଲାଗିଛି ପ୍ରବଳ ଭିଡ଼ । ଏକମାସ ରୋଜା ରଖିବା ପରେ ମୁସଲମାନମାନେ ପାଳନ କରିଥାନ୍ତି ଇଦ । ପରମ୍ପରା କହୁଛି ରମଜାନ ଶେଷ ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ମୁସଲମାନମାନେ ରୋଜା ଭାଙ୍ଗିଥାନ୍ତି । ଏହାପରେ ଆରମ୍ଭ ହୁଏ ଇଦ ପର୍ବ । ମୁସଲମାନ ଭାଇଭଉଣୀମାନେ ନୂଆ ଡ୍ରେସ ସହ ଆଖିରେ କଜଳ ଓ ଅତର ଲଗାଇ ଏହି ପର୍ବକୁ ବେଶ ଆନନ୍ଦର ସହ ପାଳନ କରିଥାନ୍ତି ।
ବିଶ୍ୱାସ ରହିଛି ରୋଜା ରଖି ନମାଜ ପଢ଼ିଲେ ଆଲ୍ଲା ସବୁ ପାପ କ୍ଷୟ ହୋଇଥାଏ । ଇଦ ଅବସରରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।