ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ବାପା ନୁହେଁ ତ’ ସଇତାନ । ନିଜ ଝିଅ ବି ବର୍ତ୍ତିଲାନି । ଗୁରଗାୱଁରେ ଜଣେ ବ୍ୟକ୍ତି ତାଙ୍କ ୧୩ବର୍ଷର ଝିଅକୁ ଦୁଷ୍କର୍ମ କରିବା ଘଟଣା ଏବେ ଆଲୋଚନାର ବିଷୟ ହୋଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଭଳି ଗତ ୬ମାସ ହେଲା ଚାଲି ଆସୁଥିଲା । ବିଚରା ଝିଅଟିକୁ କାହାରିକୁ କିଛି ନକହିବା ଲାଗି ଧମକ ଦେଇଥିଲା ସଇତାନ ବାପା ।
ପୁଲିସ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣକ ଏକ ଫ୍ୟାକ୍ଟ୍ରିରେ କାମ କରେ । ଫ୍ୟାକ୍ଟ୍ରି ନିକଟରେ ଥିବା କ୍ୱାଟର୍ସରେ ସେ ତାଙ୍କ ଦ୍ୱିତୀୟ ପତ୍ନୀ ଓ ୪ଟି ପିଲାଙ୍କ ସହ ରହେ । ପିଡୀତା ଜଣଙ୍କ ହେଲେ ପ୍ରଥମ ପତ୍ନୀଙ୍କ ଝିଅ । ଶୁକ୍ରବାର ରାତି ୧୦ଟାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ତଦନ୍ତ ବେଳେ ଝିଅଟି ସବୁ କଥା ପୁଲିସକୁ ଜଣାଇଛି । ପୂର୍ବରୁ ମଧ୍ୟ ଝିଅଟି ଏନେଇ ଘଟଣା ସମ୍ପର୍କରେ ତା’ର ସାବତ ମା’କୁ ଜଣାଇଥିଲା । ହେଲେ ଯଦିଓ କଥାଟାକୁ ସେ ପ୍ରଥମେ ବିଶ୍ୱାସ କରିନଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜେ ହିଁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।