ଭୁୁବନେଶ୍ୱର,୨୧ା୨/(ବ୍ୟୁରୋ): ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା ନୋଟିସ । ସ୍କାନରରେ ରହିଛି ୨୬ଟି ବ୍ୟବସାୟିକ ପ୍ରତିଷ୍ଠାନ । ଅଗ୍ନି ନରାପତାରେ ଢ଼ିଲା ଯୋଗୁ ଏହି ନୋଟିସ ଜାରି ହୋଇଛି । ଏଥିପାଇଁ ୨ମାସର ମହୁଲତ ଦିଆଯାଇଛି । ନଚେତ୍ ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକଠୋକ ଶୁଣାଇ ଦିଆଯାଇଛି ।
ଏନେଇ ସ୍ପଷ୍ଟ କରିଛନ୍ତି ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ଶର୍ମା । ବାରମ୍ବାର ଘଟୁଥିବା ଅଘଟଣକୁ ଏଡାଇବାକୁ ଯାଇ ଏହି ପଦକ୍ଷେପ ନିଆଯାଉଥିବା ଜଣାପଡିଛି । କଟକରେ ଏକ ସପିଙ୍ଗ ମଲରେ ଅଗ୍ନିକାଣ୍ଡ ଘଟି ସବୁ ଛାରଖାର ହେବା ପରେ ଏହି ଯାଂଚ ପ୍ରକିୟା ଆରମ୍ଭ ହୋଇଛି ।
ପୂର୍ବରୁ ହୋଟେଲ ଓ ଜୁଏଲାରୀ ମଲରେ ଅଚାନକ୍ ଯାଂଚ କରିଥିଲା ବିଭାଗ । ଅଗ୍ନିନିରପତା ନେଇ ମାଲିକମାନେ ବହୁ ଢ଼ିଲା ମାରିଥିବା ଜଣାପଡିଥିଲା । ପୂର୍ବରୁ ମଧ୍ୟ ଏହି ଢ଼ିଲା ଯୋଗୁ ୨ଟି ହୋଟେଲରେ ସିଲ ମାରିଥିଲା ଅଗ୍ନିଶମ ବିଭାଗ ।
ନଜର ପକାନ୍ତୁ କେଉଁସବୁ ପ୍ରତିଷ୍ଠାନକୁ ଜାରି ହୋଇଛି ନୋଟିସ
୧: ହୋଟେଲ ସୂୟାଂଶୁ(ଚନ୍ଦ୍ରଶେଖରପୁର)
୨: ହୋଟେଲ ଏମ୍ପାୟରସ(ସହିଦନଗର)
୩: ହୋଟେଲ କ୍ରାଉନ(ନୟାପଲ୍ଲୀ)
୪: କଲ୍ୟାଣି ଜୁଏଲର୍ସ(ବାଣୀବିହାର)
୫: ଲାଲଚାନ୍ଦ ଜୁଏଲର୍ସ(ମାଷ୍ଟରକ୍ୟାଂଟିନ)
୬: ପଣ୍ଡା ଲାଇଫଷ୍ଟାଇଲ(ସହିଦନଗର)
୭: ବିଏମସି କେଶରୀ ମଲ(ୟୁନିଟ-୨)
୮: ହୋଟେଲ ପ୍ରେସିଡେନ୍ସି
୯: ମେହେରର୍ସ ସୋରୁମ(ଖାରବେଳନଗର)
୧୦: ସତ୍ୟମ ଶିବମ ସୁନ୍ଦରମ
୧୧: ବାଜାର କୋଲକତା(ବାପୁଜୀନଗର)
୧୨: ଏଫବିବି ସପିଙ୍ଗ ମଲ(ଖାରବେଳନଗର)
୧୩: ଆଲିସାନ ସୋରୁମ(ଖାରବେଳନଗର)