ଭୁବନେଶ୍ୱର, ୨୦ା୨/(ବ୍ୟୁରୋ): ହୋଟେଲ ପରେ ଏବେ ଜୁଏଲାରୀ ଦୋକାନକୁ ଟାର୍ଗେଟ । ଏହି ଟାର୍ଗେଟ କରିଛି ଅଗ୍ନିଶମ ବିଭାଗ । ନିୟମ ଉଲଙ୍ଘନ କରିଥିବା ଘଟଣାରେ ସମ୍ପୃକ୍ତ ଜୁଏଲାରୀ ଦୋକାନକୁ ଆସନ୍ତାକାଲି ନୋଟିସ ଜାରି କରାଯିବ । ଲିଷ୍ଟରେ ଅଛି ୩୦ଟି ଦୋକାନ । ପୂର୍ବରୁ ଅଗ୍ନିଶମ ଯାଞ୍ଚ ନେଇ ଏକାଧିକ ହୋଟେଲ ଓ ଜୁଏଲାରୀ ଦୋକାନରେ ଛାପା ମାରିଥିଲା ଅଗ୍ନିଶମ ବିଭାଗ ।
ସେଠି ରହିଥିବା ସବୁ ନିୟମକୁ ମାଡି ମୋକଚି ଦେଇଥିଲେ ସଂସ୍ଥାର କର୍ତ୍ତୃପକ୍ଷ । ବାରମ୍ବାର ଅବଗତ ପରେ ବି ଚେତିନଥିଲେ । ଖାସ ଏଥିପାଇଁ କେତେକ ହୋଟେଲକୁ ସିଲ କରିଥିଲା ଅଗ୍ନିଶମ ବିଭାଗ । ପୁଣି ଏବେ ସୁନା ଦୋକାନ ସିଲ ହେବାକୁ ଯାଉଛି । ଯାହାକୁ ନେଇ ଏବେ ଜୁଏଲାରୀ ମାଲିକଙ୍କ ମନରେ ଛାନିଆ ପଶିଯାଇଛି । କଲ୍ୟାଣ ଜୁଏଲାରୀ ଦୋକାନ ସ୍କାନରେ ଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ।