ଭୁବନେଶ୍ୱର(ଏଟିଆର ବ୍ୟୁରୋ) ପ୍ରେମିକର ଘର ଆଗରେ ଜିଅନ୍ତା ଜଳିଗଲେ ପ୍ରେମିକା । ରାଉରକେଲାର ବନ୍ଧମୁଣ୍ଡା ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପ୍ରେମିକର୍ ଘର ଆଗରେ ପ୍ରେମିକା ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଅର୍ଦ୍ଧଦଗ୍ଧ ଯୁବତୀଙ୍କୁ ପଥମେ ରେଳବାଇ ଡାକ୍ତରଖାନା ଏବଂ ପରେ ଇସ୍ପାତ ଜେନେରାଲ ଡାକ୍ତରଖାନାରେ ଭର୍ତ୍ତୀ କରିଥିଲେ । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଯୁବତୀଙ୍କ ପିତା ନିଜ ଝିଅକୁ ହତ୍ୟା କରାଯିବା କୁ ନେଇ ପ୍ରେମିକ ଙ୍କ ନାମରେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।
ସୁଚନା ଯୋଗ୍ୟ ବନ୍ଧମୁଣ୍ଡା ଥାନା ଅଧିନ ସେକ୍ଟର ‘ଏ’ ରେ ଆଶା ନାୟକଙ୍କ ଘର । ପିତା ବିରଞ୍ଚି ନାୟକ ଜଣେ ରେଳବାଇ କର୍ମଚାରି । ସେହି ପରି ସେକ୍ଟର‘ ବି ’ରେ ଆଶା ଙ୍କ ପ୍ରେମିକ ଅମିତ ଯାଦବଙ୍କ ଘର । ତେବେ ଆଶା ଏବଂ ଅମିତ ପରସ୍ପରକୁ ଭଲ ପାଉଥିଲେ । ପରେ ଆଶା ଅମିତଙ୍କୁ ବିବାହ କରିବାକୁ କହିଥିଲେ , କିନ୍ତୁ ଅମିତ ବିବାହ କରିବାକୁ ମନା କରିଦେବାରୁ ଆଶା ନିଜ ଦେହରେ ନିଆଁ ଲଗାଇଦେଇଥିବା କୁହା ଯାଉଛି । ସେପଟେ ଆଶା ଙ୍କ ବାପା ଝିଅର ପ୍ରେମିକ ଅମିତଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି । ତେବେ ଘଟଣା ପରେ ଅମିତ ଫେରାର ହୋଇଯାଇଛନ୍ତି । ଅନ୍ୟପଟେ ପୋଲିସ ଅମିତକୁ ଗିରଫ କରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
JUST IN
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୧ ଡିଗ୍ରୀ ଉପରେ ଝାରସୁଗୁଡା | 19 Apr 2024
-
ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 19 Apr 2024
-
ଆଜି ଦେଶରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ | 19 Apr 2024
-
ନିର୍ବାଚନ ପାଇଁ ଗତକାଲିଠୁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା | 19 Apr 2024
-
ହିଟୱେଭ ପାଇଁ ଆଜି ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 19 Apr 2024
-
ଦିନ ସାଢେ ୧୧ ସୁଦ୍ଧା ରେକର୍ଡ ତାପମାତ୍ରା, ୪୦ ଡିଗ୍ରୀ ଉପରେ ୪ ସହର | 18 Apr 2024
-
ଓଡିଶାରେ କେଉଁଠି କେତେବେଳେ ଭୋଟ ଆସନ୍ତୁ ଜାଣିବା | 18 Apr 2024
-
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 18 Apr 2024
-
ଆଜିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି | 18 Apr 2024
-
ହିଟୱେଭ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ | 18 Apr 2024
-
ବିଜେଡିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା, କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ | 17 Apr 2024
-
ଆସନ୍ତାକାଲିଠୁ ୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା | 17 Apr 2024