ଭୁବନେଶ୍ୱର (ଏଟିଆର) : ଏବେ ଛୁଟି ଦିନରେ ବି ପାଠ ପଢିବେ ଛାତ୍ରଛାତ୍ରୀ । ସବୁଠୁ ଖୁସି କଥା ହେଉଛି ପିଲାମାନଙ୍କ ମନପସନ୍ଦର ଗୋଟିଏ କିମ୍ବା ଦୁଇଟି ବିଷୟ ପାଠ ପଢାହେବ । ଏପରି ଏକ ପ୍ରସ୍ତାବ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭାଗକୁ ପଠାଯାଇଛି ।
ଏହି ପ୍ରସ୍ତାବରେ କୁହାଯାଇଛି କି, ପିଲାଙ୍କୁ ବିଦ୍ୟାଳୟରେ ଯେତିକି ପାଠ ପଢଯାଉଛି, ସେତିକି ଯଥେଷ୍ଟ ନୁହେଁ । ଏଥିପାଇଁ ରବିବାର ଦିନ ପିଲାମାନଙ୍କ ଇଚ୍ଛା ଅନୁସାରେ ଗୋଟିଏ କିମ୍ବା ଦୁଇଟି ବିଷୟ ପାଠପଢା ହେବ । ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଆଉ କିଛି ଅଧିକ ଶିକ୍ଷା ଲାଭ କରିପାରିବେ ।
ପ୍ରଥମକରି ଗଞ୍ଜାମ ଜିଲ୍ଲା ଏଭଳି ପଦକ୍ଷେପ ନେଉଥିବା ଜଣାପଡିଛି । ସାରାରାଜ୍ୟରେ ଗତବର୍ଷ ଅପେକ୍ଷା ଏବର୍ଷ ମ୍ୟାଟ୍ରିକ ଛାତ୍ରଛାତ୍ରୀମାନେ ବହୁତ କମ୍ ନମ୍ବର ରଖି ପାସ କରିଥିଲେ । ଏବଂ ଗଞ୍ଜାମ ଜିଲ୍ଲାର ୬୩୮ ସ୍କୁଲରୁ ଅନୂନ୍ୟ ୩୪୦ଟି ସ୍କୁଲର ପରୀକ୍ଷା ଫଳ ନୈରାଶ ଜନକ ଥିଲା । ଏହାର କାରଣ ଜାଣଇବାକୁ ପ୍ରଧାନ ଶିକ୍ଷକଙ୍କୁ ରିପୋର୍ଟ ତଲବ କରାଯାଇଥିଲା ।