ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ମାଡି ଆସୁଛି ବର୍ଷା । ଖାଲି ବର୍ଷା ତ’ ନୁହେଁ ସେଥିରେ ପୁଣି ସାଙ୍ଘାତିକ ଝଡ଼ ତୋଫାନ ହେବ । ହିଟ ଲିଷ୍ଟରେ ରହିିଛି ୨୨ଟି ରାଜ୍ୟ ।
ଭାରତୀୟ ପାଣିପାଗ ବିଭାଗ ଏଭଳି ସର୍ତକ ବାଣି ଶୁଣାଇଛି । ଏମଡିଏମ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ରାଜ୍ୟର ୨୨ଟି ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି । ଯଦି ଏଭଳି ହୁଏ ତେବେ ଦେଶରେ ପୁଣି ଥରେ କେରଳ ପରି ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଓଡିଶା,ଛତିଶଗଡ଼ ଓ ଝାରଖଣ୍ଡ ଆଦି ରାଜ୍ୟରେ ଶନିବାର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହି ସମୟରେ ପବନର ବେଗ ଆଭ୍ୟନ୍ତରୀଣ ଅଞ୍ଚଳରେ ୨୫ରୁ ୩୦ କିମି ପ୍ରତି ଘଣ୍ଟାରୁ ନେଇ ୪୫କିମି ବେଗରେ ପବନ ବହିପାରେ । ତେଣୁକରି ଏହି ସମୟରେ ସର୍ତକ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।