ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ପୁଣି ହିରାକୁଦ ଡ୍ୟାମର ଆଉ ୫ଟି ଗେଟ ଖୋଲାଯାଇଛି । ଗତକାଲି ରାତିରେ ୫ଟି ଗେଟ ଖୋଲିବା ପରେ ଏବେ ମୋଟ ୨୦ଟି ଗେଟ ଦେଇ ହିରାକୁଦ ଡ୍ୟାମରୁ ବନ୍ୟା ଜଳ ଛଡାଯାଉଛି । ଆଜି ସକାଳ ସୁଦ୍ଧା ଜଳସ୍ତର ୬୧୬.୩୧ଫୁଟ ଥିଲା ।
ତେବେ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୧ହଜାର ୬୧୨କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୨୧ ହଜାର ୩୫୭କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଜଣାପଡିଛି । ସେପଟେ ଏନେଇ ହିରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀଙ୍କ କହିବା ହେଲା ଆଗକୁ ଲଘୁଚାପ ହେବାର ସମ୍ଭାବନା ରହିଛି । ତେଣୁ ଆଉ ୫ଟି ଗେଟ ଖୋଲାଯାଇଛି ।