ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ରହସ୍ୟ ବଢାଉଛି ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବୟାନ । ଆନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ କିଛି ହୋଇଛି କହି ଦେଶର ଜନତା ଓ ଗଣମାଧ୍ୟମକୁ ଦୋଛକିରେ ପକାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ପାକିସ୍ତାନ ପ୍ରତି ଭାରତୀୟ ସେନା ପକ୍ଷରୁ ଉଚିତ ପଦେକ୍ଷପ ନିଆଯାଉଛି ବୋଲି ବୁଲେଇ ବଙ୍କେଇ କହିଛନ୍ତି ରାଜନାଥ ।
ଦୁଇ ବର୍ଷ ପୁର୍ବେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ମନେ ରଖିବାଲାଗି ଭାରତ ପରାକ୍ରମ ଦିବସ ରୂପେ ପାଳନ କରୁଥିବା ବେଳେ ପାକିସ୍ତାନ ତାର ନିମ୍ନ ମାନର ମନୋବୃତିକୁ ନେଇ ଲୁଚିଛପି ଭାରତ ଉପରେ ଆକ୍ରମଣ ଚଳାଇଆସିଛି । ତେବେ ସେମାନଙ୍କୁ ଉଚିତ ଜବାବ ଦିଆଯାଇଛି ବୋଲି କଥା ଛଳରେ କହିଛନ୍ତି ରାଜନାଥ ସିଂ । ତାଙ୍କ ବୟାନ ଟିରେ ବହୁ ରହସ୍ୟ ଲୁଚି ରହିଥିବା ସନ୍ଦେହ କରାଯାଉଛି । ପାକିସ୍ତାନ ଗୁଳିର ସିଧାସଳଖ ଜବାବ ଦେବାଲାଗି ଭାରତୀୟ ସେନାକୁ ସ୍ୱାଧିନତା ମିଳିଥିବା ସେ ପ୍ରକାଶ କରିଛନ୍ତି ।
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ରାଜନାଥ ସିଂହ ଙ୍କ ଏପରି ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପାକିସ୍ତାନ ସୀମାରେ ପଶି ଭାରତୀୟ ଜବାବ ଆକ୍ରମଣ କରିଥିବା ରାଜନାଥ ସିଂ ଇସାରା କରି କହିଛନ୍ତି । ମୁଜଫରପୁରରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ରାଜନାଥ ସିଂ କିଛି ଏମିତି କଥା କହିଛନ୍ତି । ତେବେ ପାକିସ୍ତାନ ଉପରେ ଭାରତ ଆଗାମୀ ଦିନରେ କିଛି ବଡ ଧରଣର ହମଲା କରିବା ନେଇ ଯୋଜନା ରହିଥିବା ରାଜନାଥଙ୍କ ବୟାନରୁ ସ୍ପଷ୍ଠ ଜଣାପଡିଛି ।