ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଲିସ ବିନା କାରଣରେ ବାଡେଇଲା । ସବୁ ସୀମା ଟପିଗଲା । ବିଚରା ହୋଟେଲ କର୍ମଚାରୀଙ୍କ ଉପରେ ଦାଉ ସାଜୁଛି ପୁଲିସ । କିଛି ବୁଝିବା ସୁଝିବା ପୂର୍ବରୁ ଏମିତି କେତେ କ’ଣ ସାର୍ଟିଫିକେଟ ଦେଇ ଦିଆଗଲା ଜଣେ ଏସଆଇଙ୍କୁ । ରାତାରାତି ଲୋଳା ବସିଥିବା ଫଟୋ ବି ଭାଇରାଲ ହୋଇଗଲା । କିନ୍ତୁ ଘଟଣା ପଛର ପ୍ରକୃତ ତଥ୍ୟକୁ କେହି ସାମ୍ନାକୁ ଆଣିଲେ ନାହିଁ ।
ଯଦି ବା ହୋଟେଲ କର୍ମଚାରୀଙ୍କୁ ମାଡ଼ ହେଲା ତେବେ କାହିଁକି ବାଡେଇଥିଲେ ଏସଆଇ? ଏ ଘଟଣାକୁ ଯେତିକି ଗୁରୁତ୍ୱ ଦିଆଯାଇନଥିଲା ବରଂ ତାଠୁ ଅଧିକ ଭର୍ତ୍ସନା କରାଯାଇଥିଲା ପୁଲିସକୁ । ଏଠି ପ୍ରଶ୍ନ ଜଣେ ହୋଟେଲ କର୍ମଚାରୀଙ୍କ ପାଇଁ ଏତେ ଦରଦ କାହିଁକି? ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରାଗଲା । ମୁଣ୍ଡ ଫୁଲାଇ ଦିଆଗଲା । କାହିଁ ସେତେବେଳେ ତ’ କାହାରି ଦେଖା ମିଳିଲାନି? ଅଥଚ ଜଣେ ହୋଟେଲ କର୍ମଚାରୀଙ୍କୁ ସୁରକ୍ଷା ତଥା ନିଜ ସ୍ୱାର୍ଥ ବଁଚାଇବା ଲାଗି ଏବେ ଏତେ ତତ୍ପର । ପୁଲିସ ରେକର୍ଡ କହୁଛି ମାଷ୍ଟରକ୍ୟାଟିଁନ ଏରିଆରେ ବହୁ ସମୟରେ ଅଘଟଣ ଘଟିଛି । ଯାହାକୁ ନେଇ ହରଦମ ପୁଲିସର ଢ଼ିଲା ପାଟ୍ରୋଲିଂକୁ ଦାୟୀ କରାଯାଇଛି ।
ଅଥଚ ଆଜି ପାଟ୍ରୋଲିଂ କଡାକଡି କରିବାକୁ ଯାଇ ଜଣେ ଏସଆଇ ଯଦି ହୋଟେଲ କର୍ମଚାରୀଙ୍କୁ ତାଗିଦ କଲେ ଏଥିରେ ଭୁଲ କେଉଁଠି ବୋଲି ଲୋକେ କହୁଛନ୍ତି । ଏଣୁ ମାଇଲେ ବ୍ରହ୍ମହତ୍ୟା ଆଉ ତେଣୁ ମାଇଲେ ଗୋହତ୍ୟା ବୋଲି ପୁଲିସକୁ ମଝିରେ ରଖିବା ନିହାତି ଏକ ର୍ଦୁଭାଗ୍ୟର ବିଷୟ । ନିୟମ କହୁଛି ରାତି ୧୧ରେ ସବୁ ହୋଟେଲ ବନ୍ଦ ହେବ । କାହିଁକି ବିଳମ୍ବିତ ରାତିରେ ହୋଟେଲ ଖୋଲା ରହୁଛି? ଏହି ବିଳମ୍ବିତ ହୋଟେଲ ଖୋଲାଯୋଗୁ ଅସାମାଜିକଙ୍କ ଆଡ୍ଡା ଜମୁଥିବା ବେଳେ ଏହାକୁ ଘଉଡାଇବାକୁ ଯାଇଥିବା ଜଣେ ଏସଆଇଙ୍କୁ ଟାର୍ଗେଟ କରିବା କେତେଦୂର ଠିକ?
ସେପଟେ ସତ ଲେଖିବାରୁ ସ୍ୱାର୍ଥରେ ବାଧା ଉପୁଜିଥିବା କେତେକ ସାମ୍ବାଦିକ ଏଟିଆରକୁ ପରୋକ୍ଷରେ ଧମକ ଦେଇଛନ୍ତି । ଏହାକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ସିଧା କହିବାକୁ ଗଲେ ସତ ଲେଖିବାକୁ କେବେ ବି ପଛଘୁଁଚା ଦେବନାହିଁ ଏଟିଆର ।