ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଅଭିଜିତ ଆୟର ମିତ୍ରଙ୍କୁ ହାଜର ହେବାକୁ ଗୃହ କମିଟି ଜାରି କଲା ନୋଟିସ । ଅଭିଜିତଙ୍କ ନାମ ରେ ସ୍ୱାଧିକାର ଭଙ୍ଗ ଅଭିଯୋଗକୁ ନେଇ ଆଜି ବିଧାନସଭ ଗୃହ କମିଟି ବୈଠକରେ ଏପରି ନିଷ୍ପତି ହୋଇଛି । ତେବେ ଅଭିଜିତ ଆୟରଙ୍କୁ ଆକ୍ଟୋବର ୧୧ ତାରିଖ ଦିନ ସକାଳ ୧୧ ଟା ସମୟରେ ବିଧାନସଭାର ୫୪ ନମ୍ବର ଗୃହରେ ଉପସ୍ଥିତ ରହିବାକୁ ନୋଟିସରେ କୁହାଯାଇଛି । ଏ ସମ୍ପର୍କରେ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଏହାସହ ଅଭିଜିତଙ୍କ ନାମରେ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ସତ୍ୟତା ରହିଛି ବୋଲି ନରସିଂହ କହିଛନ୍ତି । ଏହି ଘଟଣା ସମ୍ପର୍କରେ ଅନୁସନ୍ଧାନ କରାଯାଉ ବୋଲି ସେ କହିଛନ୍ତି ।
ସୁଚନାଯୋଗ୍ୟ , ଅଭିଜିତ ଆୟର ମିତ୍ର ଓଡିଶା ସମ୍ପର୍କରେ କିଛି ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ସେ କୋଣାର୍କ ତଥା ପୁରୀ ଶ୍ରୀମନ୍ଦିର ଉପରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ନେଇ ତାଙ୍କୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଥିଲା । ଏପରି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ବିଭିନ୍ନ ମହଲରୁ ଆନ୍ଦୋଳନ ଜୋରଦାର କରାଯାଇଥିଲା ।