ଭାରତୀୟ ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଆଇଆରସିଟିସି ଅନେକ ନୂତନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଗତ କିଛିଦିନ ତଳେ ତତ୍କାଳ ଟିକେଟ ବୁକିଂ ନେଇ ଅନେକ ପରିବର୍ତନ କରାଯାଇଥିଲା । ଏବେ ରେଳଯାତ୍ରା ସମୟରେ ଖାଦ୍ୟକୁ ନେଇ ବାରମ୍ବାର ଦେଖାଯାଉଥିବା ଅସୁବିଧା ଦୂର କରିବାକୁ ସ୍ଥିର କରି ‘ମେନ୍ୟୁ ଅନ ରେଲ’ ଜାରି କରାଯିବ ।
ଆଇଆରସିଟିସି ଏପରି ଏକ ଆପ୍ ଲଞ୍ଚ କରିବାକୁ ଯାଉଛି ଯେଉଁଥିରେ ଯାତ୍ରୀ ମେନ୍ୟୁ ଦେଖି ମନ ପସନ୍ଦର ଖାଦ୍ୟ ଅର୍ଡ଼ର କରିପାରିବେ । ଏହି ଆପଟି ଏକ୍ସପ୍ରେସ୍ ଟ୍ରେନ୍ ରାଜଧାନ ଏକ୍ସପ୍ରେସ୍, ଶତାବ୍ଦୀ ଏକ୍ସପ୍ରେସ୍ ଓ ଦୁରନ୍ତ ଏକ୍ସପ୍ରେସ୍ ଏବଂ ଗତିମାନ ଏକ୍ସପ୍ରେସ୍ ଓ ତେଜସ୍ ଏକ୍ସପ୍ରେସ୍ ଟ୍ରେନରେ ଚାରୋଟି ବିଭାଗରେ ଲାଗୁ କରାଯିବ । ଯାତ୍ରୀମାନେ ମୋବାଇଲ୍ ପ୍ଲେ ଷ୍ଟୋରରେ ‘ଫୁଡ୍ ଅନ୍ ଟ୍ରାକ୍’ ଆପ ଡାଉନଲୋଡ କରି ଏହି ସୁବିଧା ଉଠାଇପାରିବେ ।