ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରେସକ୍ଲବ । ଯାହା ସୂଚାଉଛି ସାମ୍ବାଦିକଙ୍କ ଏକତାକୁ । ହେଲେ ଦୁର୍ଭାଗ୍ୟ ଏହା ଏବେ ବାଟ ହୁଡିଛି । ନାମକରା କେତେକ ମୁଷ୍ଟିମେୟ ଲୋକ ଏହାକୁ କବଜା କରି ରଖିଥିବା ଅଭିଯୋଗ ହୋଇଛି । ଏ ଅଭିଯୋଗ ଏଥିପାଇଁ ଉଠିଛି କି’ ଯେତେବେଳେ ବି କୌଣସି କାର୍ଯ୍ୟରତ ସାମ୍ବାଦିକ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛି ସେଠି କିନ୍ତୁ ଏହି କ୍ଲବରେ ମୁଣ୍ଡିଆଳୀ ସାଜିଥିବା ବାବୁଙ୍କ ଦେଖା ମିଳିନି ।
ନା କେବେ ସେମାନେ ସହଯୋଗର ହାତ ବଢ଼ାଇଛନ୍ତି ନା’ କି’ ପାଖରେ ଛିଡା ହୋଇ ଆହା ପଦେ କହିଛନ୍ତି । ଯାହା ଅତ୍ୟନ୍ତ ର୍ଦୁଭାଗ୍ୟର ବିଷୟ । ଏଥିରେ ପୁଣି ପ୍ରେସକ୍ଲବରେ ରହି ସେମାନେ ନିଜର ବାହାଦୂରୀ ଦେଖାଉଛନ୍ତି । ଏ କଥା ଆମେ କହୁନାହୁଁ ବରଂ ଲୋକେ କୁହାକୁହି ହେଉଛନ୍ତି । ପ୍ରେସକ୍ଲବର ମୂଳ ଲକ୍ଷକୁ ନେଇ ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଅଭିଯୋଗ ହୋଇଛି ଥୋଡେ ମିଳୁଥିବା ସ୍ଥାନରେ ଏହି ବାବୁମାନେ କେବଳ ଆଖଡା ଜମାଉଛନ୍ତି । ନଚେତ ଅନ୍ୟ କୌଣସି ସ୍ଥାନରେ ଏମାନଙ୍କ ଦର୍ଶନ ମିଳିବା କଷ୍ଟ ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରେସକକ୍ଲବ ସିନା ନାଁକୁ ହୋଇଛି କିନ୍ତୁ ହାତଗଣତି କେତେଜଣଙ୍କୁ ବାଦ ଦେଲେ ଜଣେ ହେଲେ ବି କାର୍ଯ୍ୟରତ ସାମ୍ବାଦିକଙ୍କର ସେଠି ଖାତାଖତିୟାନ ନଥିବା ଜଣାପଡିଛି । ସବୁ ମାଡି ବସିଛନ୍ତି ଏହି ବଡ଼ପଣ୍ଡା ମାନେ । କେବଳ ଏତିକି ନୁହେଁ ପ୍ରେସକ୍ଲବ ତ’ ନୁହେଁ ଏକ ପ୍ରକାର ରେଷ୍ଟରାଣ୍ଟରେ ତାହା ପରିଣତ ହୋଇଥିବା ଅଭିଯୋଗ ହୋଇଛି । ସିଧା କହିବାକୁ ଗଲେ ପ୍ରେସକ୍ଲବ ନାଁରେ ସେଠି ଜୋରଦାର ବେପାର ଚାଲୁଥିବା ଚର୍ଚ୍ଚା ହେଉଛି ।
ଏଠି ପ୍ରଶ୍ନ? ସେଠାରେ ରହି ବଡ଼ ସାମ୍ବାଦିକ କହି ହେଉଥିବା ବ୍ୟକ୍ତିମାନେ କେବେ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛନ୍ତି? କେବେ କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ସୁଖ ଦୁଃଖରେ ଛିଡା ହୋଇଛନ୍ତି? ଢ଼େରଦିନ ହେବ ସାମ୍ବାଦିକତା କରୁଥିବା ପିଲାଙ୍କୁ ବାସ୍ତବରେ କେବେ ସେଠାକୁ ଡକାଯାଇଛି? । ହୁଏତ ଏ ଉତ୍ତର କାହା ପାଖରେ ନଥିବ । ଥରୁଟେ ଫିଲ୍ଡକୁ ଓହ୍ଲାଉନଥିବା ଓ ସବୁବେଳେ ଏସିରେ ବସି ବଡ଼ ସାମ୍ବାଦିକ ବୋଲାଉଥିବା ବାବୁମାନେ ହିଁ ଏହି କ୍ଲବ ନାଁରେ ନିଜର ମନମାନି ଚଳାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଯେତେବେଳେ ଏହି କ୍ଲବ ତିଆରି ହେବାକୁ ଯୋଜନା ହେଲା ସେତେବେଳେ କେତେ କଣ କୁହାଯାଇଥିଲା । ହେଲେ ସେସବୁ ଧୂଆଁବାଣ ଥିଲା ବୋଲି ଏବେ ଜଣାପଡୁଛି । ସାମ୍ବାଦିକ ସତ୍ୟଜିତଙ୍କ ପାଇଁ ପୁଲିସ ବିଭାଗ ଆଗେଇ ଆସିଲା ହେଲେ ପ୍ରେସକ୍ଲବର କୌଣସି ସଦସ୍ୟ ଥରୁଟେ ବି ଆସି ଆହାପଦେ କହିନଥିଲେ । ତେଣୁ ସ୍ୱାର୍ଥ ଯେଉଁଠି ସେଠି ପ୍ରେସକ୍ଲବ ବୋଲି ଏବେ ଚାରିଆଡେ ଚର୍ଚ୍ଚା ।