ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବୁଢ଼ା ହେଲେଣି । ମୁଣ୍ଡରୁ ଅଧା ଚୁଟି ଝଡିଗଲାଣି । ତଥାପି ରସିକିଆ ନୀତି କମୁନି । ସବୁବେଳେ ରାସଲିଲାରେ ମନ । ଯାହା ଥରେ ନୁହେଁ ଲଗାତାର ଭାବେ ତାଙ୍କୁ ଜେଲର କାନ୍ଥ ଦେଖାଇଛି । ଏବେ ପୁଣି ଥରେ ସମାନ ଭୁଲକୁ ଦୋହରାଇ ବାବୁ ଜୟନ୍ତ ବନ୍ଧା ହୋଇଛନ୍ତି । ଆମେ କହଛୁ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ବିକାଶ ଭିନ୍ନକ୍ଷମ ସଂସ୍ଥାର ମାଲିକ ଜୟନ୍ତ ପଣ୍ଡାଙ୍କ କଥା । ଯାହାଙ୍କ ନୁଙ୍ଗୁରାମି କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଣେ ଭିନ୍ନକ୍ଷମ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଆଜି ତାଙ୍କ ହାତରେ ହାତକଡି ପିନ୍ଧାଇଛି ପୁଲିସ । ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଏବେ ସବୁଠି ଆଲୋଚନାର ବିଷୟ ହୋଇଛି । ଜୟନ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇଛି ।
ରିପୋର୍ଟ ଅନୁସାରେ, ଜଗତସିଂହପୁର ଅଞ୍ଚଳର ଜଣେ ମହିଳାଙ୍କ ମମାନସିକ ସ୍ଥିତି ବିଗିଡି ଯାଇଥିଲା । ତାଙ୍କୁ ପରିବାର ଲୋକେ ଆଣି ଏହି ବିକାଶ ଭିନ୍ନକ୍ଷମ ସଂସ୍ଥାରେ ଛାଡିଥିଲେ । ଆଶା ଓ ବିଶ୍ୱାସ ଥିଲା ଏଠାରେ ରହିଲେ ସେ ଭଲ ହୋଇଯିବେ । କିନ୍ତୁ ଏହି ମହିଳାଙ୍କ ଉପରେ କାମୁକ ଆଖି ପକାଇଥିଲେ ସଂସ୍ଥା ମାଲିକ ଜୟନ୍ତ ପଣ୍ଡା । ଥରେ ନୁହେଁ ସୁଯୋଗ ପାଇ ଲଗାତାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୌଣସି ମତେ ସେଠାରୁ ଖସି ଯାଇଥିଲେ ପୀଡିତା ମହିଳା । ତେବେ ଘଟଣା ସମ୍ପର୍କରେ ପୀଡିତାଙ୍କ ଭାଇ ଜାଣିବା ପରେ ଏନେଇ ପୁଲିସ ଡିସିପିଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗକୁ ନେଇ ଖୋଳତାଡ କରିବା ପରେ ଜୟନ୍ତଙ୍କ ଜବାନ ଦୋଷ ସାମ୍ନାକୁ ଆସିଥିଲା । ଏହାପରେ ପୁଣି ଥରେ ତାଙ୍କୁ ହାତକଡି ପିନ୍ଧାଇ ପୁଲିସ ଜେଲର ବାଟ ଦେଖାଇଛି ।
ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ବହୁ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବିକାଶ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ସେ ଜେଲ ମଧ୍ୟ ଯାଇଥିଲେ । ହେଲେ କ’ଣ ହେବ ଜୟନ୍ତ ନୁଙ୍ଗୁରାମୀ କମିବାର ନାଁ ଧରୁନାହିଁ । ସେପଟେ ଚିକିତ୍ସା ଆଳରେ ଏକ ସଂସ୍ଥା ଖୋଲି ଏଭଳି ଜଘନ୍ୟ କାଣ୍ଡ ଭିଆଉଥିବା ବେଳେ ତୁରନ୍ତ ସଂସ୍ଥାରେ ତାଲା ଝୁଲାଇବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି ।