ପ୍ରଥମ ଥର ପାଇଁ ଆଜି ସସଂଦରେ ମୋଦି ସରକାରଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଜାରି କରାଯାଇଛି । ଏକ ସ୍ୱତନ୍ତ୍ର ରାଜ୍ୟ ଚାହୁଁଥିବା ଆନ୍ଧ୍ରପ୍ରଦେଶର ସାଂସଦ ଏବେ ମୋଦି ସରକାରଙ୍କ ଠାରୁ ଆଗେଇବାକୁ ଚାହୁଁଛି । ସରକାରଙ୍କୁ ବିରୋଧ କରି ଆସିଥିବା ଏହି ଅନାସ୍ଥା ପ୍ରସ୍ତାବର ଆରମ୍ଭ ମଧ୍ୟ ଜୋରସୋରରେ ହୋଇଥିଲା ।
ଏହି ବିଷୟରେ ସମସ୍ତ ନିୟମାବଳୀ ସମ୍ଭଳିଥିଲେ ଟିଡିିପିର ସାଂସଦ ଏବଂ ଜଣେ ପସିଦ୍ଧ ବ୍ୟବସାୟୀ ଜୟଦେବ ଗଲ୍ଲା । ଜୟଦେବ ଗଲ୍ଲା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ସରକାରଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ଜାରି କରି ପ୍ରଥମଥର ପାଇଁ ସସଂଦରେ ପହଞ୍ଚିଥିଲେ ।
୧୯୬୬ ମସିହାରେ ଜୟଦେବ ଆନ୍ଧ୍ର ପ୍ରଦେଶର ଚିତୂର ନାମକ ସ୍ଥାନରେ ଜନ୍ମ ହୋଇଥିଲେ । ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ନିର୍ବାଚନ କ୍ଷେତ୍ରରୁ ଆସିଥିବା ଜୟଦେବ ଗଲ୍ଲା ମଧ୍ୟ ଜଣେ ବଡ ବ୍ୟବସାୟୀ ।
ରାଜନୀତିକୁ ଆସିବା ପୂର୍ବରୁ ଜୟଦେବ ଆମେରିକାରେ ଜିଏନବି ବ୍ୟାଟେରୀ ଟେକନୋଲୋଜିରେ ଇଣ୍ଟରନ୍ୟାସନାଲ ସେଲ୍ସ ହେଡ ରହିସାରିଛନ୍ତି । ୨୦୧୪ରୁ ୧୭ ମଧ୍ୟରେ ସେ ଷ୍ଟାଣ୍ଡିଙ୍ଗ କମିଟି ଅଫ କମର୍ସର ସଦସ୍ୟ ମଧ୍ୟ ରହିସାରିଛନ୍ତି ।