ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କେରଳ ପାଇଁ ଅମ୍ବାନୀ ଦମ୍ପତିଙ୍କ ଦରଦ । କେରଳକୁ ୭୧କୋଟି ସହାୟତା ଦେବ ରିଲାଏନ୍ସ ଫାଉଣ୍ଡେସନ । କେରଳରେ ବନ୍ୟା ପ୍ରପୀଡିତଙ୍କ ପାଇଁ ଆର୍ଥିକ ସହାୟତା ଘେଷଣା କଲେ ଅମ୍ବାନୀ ପରିବାର । ରିଲାଏନ୍ସ ଫାଉଣ୍ଡେସନ ତରଫରୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ରାଜକୋଷକୁ ୨୧ କୋଟି ଟଙ୍କାର ସହାୟତା ଦିଆଯିବା ଲାଗି ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ ୫୦ କୋଟିର ଅତିରିକ୍ତ ସାହାର୍ଯ୍ୟ କରିବ ରିଲାଏନ୍ସ ଫାଉଣ୍ଡେସନ । କେରଳର ବନ୍ୟାରେ ନଷ୍ଟ ହୋଇଥିବା ଇନଫ୍ରାଷ୍ଟ୍ରକଚରକୁ ସଜାଡିବ ରିଲାଏନ୍ସ ଫାଉଣ୍ଡେସନ । ସେହିପରି ଭାଙ୍ଗି ଯାଇଥିବା ସ୍କୁଲ , କଲେଜ ତଥା ଡାକ୍ତରଖାନାର ବି ମରାମତି କରିବ ରିଲାଏନ୍ସ ଫାଉଣ୍ଡେସନ । ବିଭିନ୍ନ ଜାଗାରେ ନୂଆ ରିଲିଫ କ୍ୟାମ୍ପ ତିଆରି ମଧ୍ୟ କରାଯିବ ବୋଲି ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ କହିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ କେରଳକୁ ଆର୍ଥିକ ସହାୟତା ଦେବା କ୍ଷେତ୍ରରେ କୌଣସି ଭାରତୀୟ କମ୍ପାନୀଙ୍କ ଠାରୁ ଅଧିକ ସହାୟତା ପ୍ରଦାନ କରିଛି ରିଲାଏନ୍ସ ଫାଉଣ୍ଡେସନ । ସେହିପରି କେରଳକୁ ଦେଇଥିବା କେତେକ ରାଜ୍ୟର ସହାୟତା ରାଶିଠାରୁ ମଧ୍ୟ ଅମ୍ବାନୀ ପାରିବାରର ସହାୟତା ରାଶି ଅଧିକ ବୋଲି ଜଣାପଡିଛି । ସେପଟେ କେନ୍ଦ୍ର ସରକାର କେରଳକୁ ୫୦୦ କୋଟି ଦେଇଥିବା ବେଳେ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟି ଟଙ୍କା କେରଳକୁ ପ୍ରଦାନ କରିଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024