ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଛତିଶଗଡ଼ରେ ପୁଣି ତାଣ୍ଡବ ରଚିଛନ୍ତି ମାଓବାଦୀ । କରିଛନ୍ତି ଲ୍ୟାଣ୍ଡମାଇନ ବିଷ୍ଫୋରଣ । ଘଟଣାରେ ୭ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ, କିରୁଣ୍ଡେଲା-ଚୋଲନରା ରାସ୍ତାରେ ଏହି ଅଘଟଣ ଘଟିଛି ।
ଯବାନ ମାନେ ସର୍ଚ୍ଚ ଅପରେସନ ସାରି ଫେରୁଥିବା ବେଳେ ବିଷ୍ଫୋରଣ ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, ଯବାନ ମାନେ ଆସୁଥିବା ବୋଲେରୋ ଗାଡିଟି ଉଡିଯାଇଥିଲା । ଭିତରେ ଥିବା ଯବାନମାନେ କିଏ କୁଆଡେ ଛିଟିକି ପଡିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଷ୍ଫୋରଣ ପରେ ମାଓବାଦୀମାନେ ଯବାନଙ୍କ ଅସ୍ତ୍ରଶସ୍ତ୍ର ନେଇ ପଳାଇଥିବା ସୂଚନା ମିଳିଛି ।