ଭୁବନେଶ୍ୱର,(ଏଟିଆର ଅନୁସନ୍ଧାନ): ଯାହାର ଡ୍ୟୁଟି ପଡିଲା ତାହାର କଚେ ପୁଅ ବାର । ଆଖି ଆଗରେ ଖାଲି ଚାଲିଥିବ ରୋମାନ୍ସ । ଗଡାପଡାଠୁ ନେଇ କିସ, ଏମିତି କେତେ କ’ଣ ଦେଖିବାକୁ ମିଳିବ । ତେଣୁ ଡ୍ୟୁଟିରେ ଓଲମବିଲମ ହେବା ସ୍ୱାଭାବିକ ।
ଆମେ କହୁଛୁ ସଚ୍ଚିବାଳୟ ସାମ୍ନାରେ ହରଦମ ଚାଲିଥିବା ରୋମାନ୍ସ ସମ୍ପର୍କରେ । ଯାହା ବିଷୟରେ ସମସ୍ତେ ଅବଗତ । କିନ୍ତୁ ପଦକ୍ଷେପ ଘର ଶୂନ । ରେକର୍ଡ କହୁଛି ଏହି ରୋମାନ୍ସ ଲାଗି ରାସ୍ତାରେ ଯାଉଥିବା ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । କିନ୍ତୁ ର୍ଦୁଭାଗ୍ୟ ଏହା ଉପରେ କିନ୍ତୁ କୌଣସି ରୋକ ଲଗାଯାଇପାରୁନାହିଁ । ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସନ୍ଧ୍ୟା ହେଲେ ଅବସ୍ଥା ଆହୁରି ବିଗିଡିଯାଉଛି । ସେଠାରୁ ହିଁ ଡିଲ ହେଉଛି । ୨ମିନିଟ ରାସ୍ତାରେ ଠିଆ ହେଲେ ପୁଲିସ ହୁଇସିଲ ମାରି ଲୋକଙ୍କୁ ତଡୁଛି କିନ୍ତୁ ସେଠି ମାଳ ମାଳ ମହିଳା ଆଡ୍ଡା ଜମାଇବା ବେଳକୁ ପୁଲିସ ହୁୁଇସିଲ ମାରୁଥିବା ପାଟି ଖନି ମାରିଯାଉଥିବା ଅଭିଯୋଗ ହୋଇଛି ।
ଏଠି ପ୍ରଶ୍ନ ମୁଖ୍ୟମନ୍ତ୍ରୀ ହରଦମ ଏଠାକୁ ଆସୁଥିବା ବେଳେ ବିଭାଗୀୟ କର୍ମଚାରୀ କାହିଁକି ଏନେଇ ଚୁପ ରହୁଛନ୍ତି । ସଚ୍ଚିବାଳୟ ସାମ୍ନାରେ ମାଗଣା ରୋମାନ୍ସ ସିନ ଦେଖିବାକୁ ମିଳୁଥିବାରୁ ଏହାର ମଜା ଉଠାଉଛନ୍ତି କି କର୍ମଚାରୀ? ଏମିତି କେତେ କ’ଣ କଥା ଆଲୋଚନାର ବିଷୟ ହୋଇଛି । ତେଣୁ ପୂରା ଘଟଣା ଜାଣିବା ଲାଗି ଏଟିଆର ଟିମ ପହଁଚିଥିଲା ସଚ୍ଚିବାଳୟ ସାମ୍ନାରେ । ଗଣମାଧ୍ୟମର ପରିଚୟ ଦେଇ ଟିକେ ନିକଟତର ହୋଇଥିଲୁ ପୁଲିସ କର୍ମଚାରୀଙ୍କ ସହ । ଥଟ୍ଟାମଜା ବି କରିଥିଲୁ । କଥା କଥାରେ ଜାଣିବାକୁ ଚାହିଁଥିଲୁ ରୋମାନ୍ସ ସମ୍ପର୍କରେ । ବାସ ଏହାପରେ କର୍ମଚାରୀମାନେ ସବୁ ଓଗାଳି ପକାଇଥିଲେ । ପ୍ରତେକ୍ଷ୍ୟରେ ନହେଲେ ବି ପପରୋକ୍ଷରେ ଏସବୁ ଦେଖି ତାଙ୍କ ମୁଣ୍ଡ ଟିଣ ହୋଇଯାଉଥିବା ପ୍ରକାଶ କରିଥିଲେ ।
Lipika pattanaik.
ATR news is very informative to all the facebook lovers. ?