ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ପରେ ଏବେ ମହଙ୍ଗା ହୋଇଛି ଗ୍ୟାସ । ବଢ଼ାଇ ଦିଆଯାଇଛି ରେଟ । ସବସିଡ ଯୁକ୍ତ ଏଲପିଜି ସିଲିଣ୍ଡର ମୁଲ୍ୟ ୨ଟଙ୍କା ୩୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ସବସିଡ ନଥିବା ସିଲିଣ୍ଡର ଦାମ ୪୮ଟଙ୍କାକୁ ବୃଦ୍ଧି ପାଇଛି ।
ସେପଟେ ଅଚାନକ ଗ୍ୟାସ ରେଟ ବଢିବା ପରେ ଏବେ ଚଡକ ପଡିଛି ହାଣ୍ଡିଶାଳରେ । ଖାଉଟି ଚିନ୍ତାରେ ପଡିଛନ୍ତି । ଦିଲ୍ଲୀରେ ବିନା ସିବସିଡ ସିଲିଣ୍ଡର ମୁଲ୍ୟ ୪୮.୫ଟଙ୍କା ବଢ଼ିଥିବା ବେଳେ କୋଲକତା ଓ ଚେନ୍ନାଇରେ ଏହାର ଦାମ ୪୯.୫ଟଙ୍କା ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ଏହା ୪୮.୫ ବୃଦ୍ଧି କରାଯାଇଥିବା ଜଣାପଡିଛି । ତେବେ ମେ’ ମାସରେ ଦିଲ୍ଲୀରେ ସବସିଡ ଯୁକ୍ତ ସିଲିଣ୍ଡର ଦାମ ରହିଥିଲା ୪୯୧ ଟଙ୍କା ୨୧ ପଇସା । ଏବେ କିନ୍ତୁ ଏହା ବୃଦ୍ଧି ପାଇ ୪୯୩ଟଙ୍କା ୫୫ ପଇସା ହୋଇଛି ।