ରାଜସ୍ଥାନର ଭରତପୁର ଗ୍ରାମରେ ଥିବା ଜଣେ ମହିଳା ପୋଲିସ ସବ-ଇନସ୍ପେକ୍ଟର ନିକଟରେ ଏଭଳି ଏକ ଉତ୍ତମ କାମ କରିଛନ୍ତି । ଯାହାପାଇଁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର ପାତ୍ର ପାଲଟିଛନ୍ତି । ଆଜ୍ଞା ହଁ ଏହି ମହିଳା ଜଣଙ୍କ ଅପ୍ରିଲ ୧୯ରେ ବିବାହ କରିବାକୁ ଯାଉଛନ୍ତି । ହେଲେ ନିମନ୍ତ୍ରଣ କାର୍ଡରେ ସେ ଏମିତି କିଛି ସଚେତନତାର ବାର୍ତ୍ତା ଛପାଇଛନ୍ତି ଯାହା ପୂରା ପୋଲିସ ବିଭାଗ ପାଇଁ ସୁନାପିଲା ହୋଇଛନ୍ତି । କାର୍ଡରେ ମହିଳା ପୋଲିସ ଜଣଙ୍କ ଟ୍ରାଫିକ୍ ସମ୍ବନ୍ଧୀୟ କଥା ଲେଖିଛନ୍ତି ଯେ, ସଡକ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । ଏଥିପାଇଁ ସମସ୍ତ ଉପଯୁକ୍ତ ନିୟମ ପାଳନ କରିବା ପାଇଁ ସେ ମତ ରଖିଛନ୍ତି ।
ମହିଳା ଜଣଙ୍କ ଟ୍ରାଫିକ୍ ବିଭାଗରେ କାମ କରୁଥିବା ବେଳେ ତାଙ୍କ ନାମ ମଞ୍ଜୁ ଫୌଜଦାର ବୋଲି ଜଣାପଡିଛି । ଏହି କାର୍ଡଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେ ଏହା ମଧ୍ୟ ଜଣାଇଛନ୍ତି ଯେ ମୁଖ୍ୟତ ଯୁବପିଢୀ ଟ୍ରାଫିକ୍ ନିୟମ ଖିଲାପ କରିଥାନ୍ତି । ଖାଲି ଏତିକି ନୁହେଁ ସେମାନେ ବିନା ହେଲମେଟରେ ଗାଡି ଚଲାଇବା ସହ ଗାଡିରେ ୨ ରୁ ଅଧିକ ଲୋକଙ୍କୁ ବସାଇ ଦୁର୍ଘଟଣାକୁ ଆମନ୍ତ୍ରଣ କରିଥାନ୍ତି ।
ନିଜ ଡ୍ୟୁଟିକୁ ସୁଚାରୁ ରୂପେ ନିଭାଇବା ସହ ମହିଳା ପୋଲିସ ଜଣଙ୍କ ନିଜ ବିବାହ କାର୍ଡରେ ଏଭଳି ସଚେତନତାର ବର୍ତ୍ତା ଦେଇ ଲୋକଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି ।