ବାଲେଶ୍ୱର ( ଏଟିଆର ବ୍ୟୁରୋ ) ; ଉଦଘାଟିତ ହେଲା ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ । ବାଲେଶ୍ୱରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ନାମରେ ନାମିତ ହେଲା ମେଡିକାଲ କଲେଜ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଯୋଗଦାନ କରିଛନ୍ତି । ସେ ଆଗାମୀ ଦିନରେ ରାଜ୍ୟର ଯାଜପୁର, ଭଦ୍ରକ ଓ ପୁରୀ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ।
ଅନ୍ୟପଟେ ବାଲେଶ୍ୱରରେ ତିଆରି ହୋଇଥିବା ଫକୀର ମୋହନ ମେଡିକାଲ କଲେଜ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ହୋଇପାରିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ ଏହି କଲେଜ ତିଆରିରେ କେନ୍ଦ୍ର ସରକାର ୬୫ କୋଟି ଓ ରାଜ୍ୟ ସରକାର ୧୩୦ କୋଟି ଟଙ୍କା ବ୍ୟୟ କରିଥିବା ଦର୍ଶାଇଛନ୍ତି । ତେବେ ରାଜ୍ୟରେ ମେଡିକାଲ ସିଟ ସଂଖ୍ୟା ୪୦୦ ରୁ ୧୦୦୦ ସିଟକୁ ପହଞ୍ଚି ପାରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଦେବ ।
ସେପଟେ ମେଡିକାଲ କଲେଜ ଓ ହସ୍ପିଟାଲ ହେବା ଫଳରେ ସମଗ୍ର ବାଲେଶ୍ୱର ସମେତ ପାଖାପାଖି ଅଞ୍ଚଳର ଲାଭ ହେବ । ସମସ୍ଥଙ୍କୁ ସ୍ୱାସ୍ଥ୍ୟ ସେବା ସହଜରେ ଯୋଗାଇହେବ । ଆଗାମୀ ଦିନରେ ରାଜ୍ୟର ଯାଜପୁର, ଭଦ୍ରକ ଓ ପୁରୀରେ ମେଡିକାଲ କଲେଜ ଖୋଲାଗଲେ ରାଜ୍ୟର ବହୁ ବର୍ଗର ଲୋକମାନେ ଲାଭବାନ ହୋଇପାରିବେ ।