ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଖାସ କରି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଯାଜପୁର ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇ ବନ୍ୟାର ରୂପ ନେବ ବୋଲି ଆଶଙ୍କା କରାଯାଉଛି ।
ସେପଟେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ଏନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏହି ସମୟରେ ଉପକୂଳ ଅଞ୍ଚଳରେ ପବନଗର ବେଗ ୩୫ରୁ ୪୫ ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ୧୯ରୁ ୨୧ ତାରିଖ ମଧ୍ୟରେ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୨୧ ତାରିଖ ପରଠୁ ବର୍ଷାର ପ୍ରକୋପ ବଢ଼ିପାରେ । ଯଦିଓ ଏନେଇ ବନ୍ୟା ହେବାର ସେତେଟା ସମ୍ଭାବନା ନାହିଁ ତଥାପି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ସୂଚନା କୁହାଯାଇଛି ।